ଇଣ୍ଡୋର ଷ୍ଟାଡିୟମ ରାସ୍ତା କଡ଼ ପାଲଟିଛି ଠିକାଦାରଙ୍କ ଷ୍ଟକୟାର୍ଡ଼
ଇଣ୍ଡୋର ଷ୍ଟାଡିୟମ ରାସ୍ତା କଡ଼ ପାଲଟିଛି ଠିକାଦାରଙ୍କ ଷ୍ଟକୟାର୍ଡ଼। ଏନସି ପାଖରେ ଉତ୍ତର ନାହିଁ।
ନିମାପଡା ( ) ନିମାପଡା ଏନସି ଅନ୍ତର୍ଗତ ଚାରି ନମ୍ବର ୱାର୍ଡ ଦେବୀମଣ୍ଡପ ସାହି ନିକଟରେ ଏକ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ କରା ଯାଇଛି। ଏହି ଇଣ୍ଡୋର ଷ୍ଟାଡିୟମକୁ ଯିବା ପାଇଁ ଏକ ପେଭର ବ୍ଲକ ରାସ୍ତା କରାଯାଇଛି। ଯାହାକୁ କି ପୂର୍ତ୍ତ ବିଭାଗ କରିଛି। ତେବେ ଏହି ରାସ୍ତା କଡ଼ ଏବେ ଠିକାଦାରଙ୍କ ଷ୍ଟକୟାର୍ଡ଼ ପାଲଟିଛି। ରାସ୍ତାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବାଲି ଗୋଡି ମେଣ୍ଟାଲ ସବୁ ରଖା ଯାଇଛି। ଏଠାରୁ ଜେସିବି ମେସିନରେ ଟ୍ରାକ୍ଟର ଟ୍ରକରେ ଲୋଡ଼ କରା ଯାଇ ନିଆ ଯାଇଛି ଏଭଳି ଭାବରେ ପ୍ରତେକ ଦିନ ବଡ଼ ଗାଡି ସବୁ ଯିବା ଆସିବା କରିଵା ଦ୍ୱାରା ରାସ୍ତାଟିରୁ ପେଭର ବ୍ଲକ ଉଠିଗଲାଣି ବୋଲି ପୂର୍ତ୍ତବିଭାଗ ନିମାପଡା ଏନସି ଦାୟିତ୍ୱରେ ଥିବା ଜେଇ କହିଛନ୍ତି। ତେବେ ଏଠାରେ ବିପୁଳ ପରିମାଣରେ ବାଲି ଗୋଡି ମେଣ୍ଟାଲ କିଏ ଗଦାଇଛି ସେ ଜାଣି ନ ଥିବା କହିଛନ୍ତି। ଏପଟେ ଏନସିକୁ ପଚାରିଲେ ତାଙ୍କ ପାଖରେ ମଧ୍ୟ ଉତ୍ତର ନାହିଁ। ଏସବୁ ଚାଲିଥିବା ବେଳେ ରାସ୍ତା କଡ଼ରେ ଥିବା ଜାଗାକୁ ମଧ୍ୟ ଜବରଦଖଲକାରୀ ବାଡ଼ କରି ମାଡି ବସିଲେଣି। ଏନସି ଏପଟେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି।ପ୍ରତେକ ଦିନ ଗାଡିବୁହା ଚାଲିଥିବା ବେଳେ ପ୍ରଶାସନ କହୁଛି ଆମେ କିଛି ଜାଣିନୁ ଏଠାରେ କିଏ କଣ ରଖିଛି। ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ ନ୍ୟାୟରେ ଯଦି ପ୍ରଶାସନ ଯିବ ତାହେଲେ ରାସ୍ତାଟି ସମ୍ପୂର୍ଣ ନଷ୍ଟ ହୋଇଯିବ ପଛେ କେହି କିଛି ଜାଣି ପାରିବେନି। କିଏ ଏଠାରେ ବାଲି ଗୋଡି ମେଣ୍ଟାଲ ଗଦାଇଛି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏନସି ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହୋଇଛି।
