ମହାନ୍ ସଂଘ ର ୪୦ତମ ବାର୍ଷିକ ଉତ୍ସବ

ମହାନ୍ ସଂଘ ର ୪୦ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯିବା ନେଇ ପ୍ରସ୍ତୁତି ବୈଠକ l ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ସମାଜସେବା ସାଂସ୍କୃତିକ କ୍ଷେତ୍ରରେ ନିଜର ନି ସ୍ବାର୍ଥ ପର କାର୍ଯ୍ୟ ନିମନ୍ତେ ପ୍ରତିଷ୍ଠା ଲାଭ କରିଥିବା ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ ର ୪୦ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରିବା ନେଇ ଏକ ପ୍ରସ୍ତୁତି ବୈଠକ ହୋଟେଲ ଗାୟତ୍ରୀ ସମ୍ମିଳନୀ ପ୍ରକୋଷ୍ଠ ରେ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ହୋଇଥିଲା।ସଂଘ୍ ର ଏକ ସ୍ମରଣିକା ପ୍ରକାଶ ସହ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ମାନଙ୍କୁ ସେମାନଙ୍କ ଉଲ୍ଖେଖନୀୟ କାର୍ଯ୍ୟ ନିମନ୍ତେ ସମ୍ମାନିତ କରାଯିବ। ଆଗାମୀ ବର୍ଷ ଠାରୁ ଅଧିକ ସମାଜସେବା କାର୍ଯ୍ୟ ହାତକୁ ନେବା ନିମନ୍ତେ ସଭାପତି ଶ୍ରୀ ସାବତ ଘୋଷଣା କରିଥିଲେ।ସମ୍ପାଦକ ଶ୍ରୀ ପ୍ରସାନ୍ତ କୁମାର ପାତ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ। ସାଂସ୍କୃତିକ ସମ୍ପାଦିକା ଶ୍ରୀମତୀ ରମେଶ୍ୱରୀ ନନ୍ଦ, ପ୍ରକାଶ ଭାଜନୀ, ଶ୍ରୀମତୀ ସସ୍ମିତା ମିଶ୍ର,ଶ୍ରୀମତୀ ରାଜେଶ୍ୱରି ଦାଶ,ଡ ସନ୍ଧ୍ୟାରାଣି ପଟ୍ଟନାୟକ, ଶ୍ରୀମତୀ ସୋଭାନା ଦାସ, ଡ ଧନ ଲକ୍ଷ୍ମୀ ପଟନାୟକ, ପି ବୁଚୀ ବାବୁ, ପ୍ରଭାକର ସାହୁ, ଡ ମୋହନ ରାଓ, ସଞ୍ଜୟ ମାଝୀ, ଶ୍ରୀ ପ୍ରଫୁଲ୍ଲ ପାତ୍ର, ଟି ବଳରାମ, ଶ୍ରୀମତୀ ରିତାଞ୍ଜଳି ସ୍ୱାଇଁ, ଭୀଷ୍ମ ଚାର୍ୟ୍ଯଚଉଧୁରୀ , ଶ୍ରୀମତୀ ନମିତା ରାଣୀ ରାଉତ, ଡ ଶୋଭାଗ୍ୟ ଲକ୍ଷ୍ମୀ, ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିବା ବେଳେ ବହୁ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ। ଶେଷରେ ଶ୍ରୀମତୀ ରାଜଶ୍ରୀ ଦାସ ଧନ୍ୟବାଦ୍ ଦେଇଥିଲେ।

Leave a Reply

Your email address will not be published. Required fields are marked *