ବିରୋଧୀ ଶ୍ରମ ଆଇନ ପ୍ରତ୍ୟାହାର ଦାବିରେ AITUC ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ
ଜଗତସିଂହପୁର ଠାରେ ଏ ଆଇ ଟି ୟୁ ସି ପକ୍ଷରୁ ଶ୍ରମ ବିରୋଧୀ ଶ୍ରମ ଆଇନ ପ୍ରତ୍ୟାହାର ଦାବିରେ AITUC ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହିତ ଓ ପରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଆଶା, ଅଙ୍ଗନବାଡ଼ି, ପାଚିକା ସଂଘ ପକ୍ଷରୁ ଏକ ଶୋଭାଯାତ୍ରା ଚର୍ଚିକା ବଜାର ନିକଟରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚି ଥିଲା । ଏ ଆଇ ଟି ୟୁ ସି ନେତା ସୋମନାଥ ଗିରି ଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ 44ଟି ଶ୍ରମ ଆଇନ କୁ ବଡ଼ବଡ଼ ଶିଳ୍ପ ପତି ଏବଂ ପୁଞ୍ଜିପତି ମାନଙ୍କର ସ୍ୱାର୍ଥ ରେ ବାତିଲ କରି 4ଟି ଶ୍ରମ କୋର୍ଡ଼ କୁ ଲାଗି କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ତେବେ ଉକ୍ତ ଆଇନ ଲାଗୁ ହେଲେ ଦେଶର ଶ୍ରମିକ ଓ ଶ୍ରମିକ ସଂଗଠନ କୁ ସଙ୍କୁଚିତ କରିବା ସହିତ ନିଜର ହକ ଦାବି ପାଇଁ ଅନ୍ତରାୟ ସୃଷ୍ଟି କରିବ । ତେଣୁ ଏହି ଆଇନ କୁ ପ୍ରତ୍ୟାହାର କରିବା ପାଇଁ ଟ୍ରେଡ଼ ୟୁନିୟନ ମାନେ ଦାବି କରିଛନ୍ତି ।
