ବେଙ୍ଗଳୁରୁ ମର୍ଡରର ଓଡ଼ିଶା ଲିଙ୍କ
ବାଙ୍ଗାଲୋର ମହିଳାଙ୍କୁ ହତ୍ଯା କରି ଫ୍ରିଜରେ ରଖିବା ଘଟଣା। ବାଙ୍ଗାଲୋର ପୁଲିସର ସନ୍ଧେହରେ ଥିବା ଯୁବକ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଯାହାକି ମହାଲଷ୍ମୀ ହତ୍ୟାକାଣ୍ଡ ରେ ସମ୍ପୃକ୍ତି ଅଛି ମୁକ୍ତିରଞ୍ଜନ। ଏନେଇ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି। ଆତ୍ମହତ୍ୟା କରିଥିବା ମୁକ୍ତିରଞ୍ଜନ ରାୟ ନିଜ ସୂଈସାଇଡ ନୋଟ ରେ ମହାଲଷ୍ମୀ କୁ ହାଣି ହତ୍ୟା କରିଥିବା ଉଲେଖ କରିଛି। ବାଙ୍ଗାଲୋର ପୋଲିସ ଗାଁ ରେ ପହଂଚିବା ପୂର୍ବରୁ ମୁକ୍ତିରଞ୍ଜନ ଆତ୍ମହତ୍ୟା କରିଥିଲା। ବାଙ୍ଗାଲୋର ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ବାଲେଶ୍ୱର ଏବଂ ଭଦ୍ରକ ପୁଲିସ ସହାୟତା ରେ ମୁକ୍ତିରଞ୍ଜନ କୁ ଟ୍ରାକ କରୁଥିଲା ବାଙ୍ଗାଲୋର ପୋଲିସ। ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ତଥା ଆରଡି ଫାଣ୍ଡି ଅଧିନସ୍ଥ ଭୁଇଁପୁର ଗାଁର ମୁକ୍ତିରଞନ ରାୟ (32) ଦୀର୍ଘ ବର୍ଷ ହେବ ବାଙ୍ଗାଲୋର ରହି ଆସୁଥିଲା। ହେଲେ ଗାଁକୁ ଆସି ଘରେ କିଛି ସମୟ ରହିବା ପରେ ରାତିରେ ଘରୁ ପଳାଇଥିଲା। ଅନ୍ଯପଟେ ବେଙ୍ଗଲୁରର ଏକ ସ୍ଥାନରେ ମହିଳାଙ୍କୁ ହତ୍ଯା କରି ଦୀର୍ଘ ଦିନ ଧରି ଫ୍ରିଜରେ ରଖିବା ଘଟଣା ପୋଲିସ ନଜରକୁ ଆସିବା ପରେ ମୁକ୍ତିରଞ୍ଜନ କୁ ସନ୍ଧେହ ଘେରକୁ ଆଣିଥିଲା ବାଙ୍ଗାଲୋର ପୋଲିସ। ଅନ୍ୟ ପକ୍ଷରେ ଯୁବକ ଜଣକ ଫେରାର ହୋଇ ବୁଲୁଥିଲା। ପରେ କୁଳେଇପଦା ଶ୍ମଶାନ ନିକଟରେ ଥିବା ଏକ ଗଛରେ ଭୋର୍ ସମୟରେ ଯୁବକ ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ଯାହାକି ମୃତ ଯୁବକ ହେଉଛନ୍ତି ସ୍ଥାନୀୟ ଭୂଇଁପୁର ଗ୍ରାମର ମୁକ୍ତିରଞ୍ଜନ ରାୟ (32) ପୋଲିସ ଜାଣିବାକୁ ପାଇଥିଲା। ସୂଚନା ଅନୁଯାୟୀ ଯୁବକ ଜଣକ ବାଙ୍ଗାଲୋର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସେ ମଙ୍ଗଳବାର ରାତିରେ ନିଜ ଘରେ ପହଞ୍ଚି ଥିଲେ। ରାତି 4 ଟାରେ ଏକ ସ୍କୁଟିରେ ଭଦ୍ରକ ଯିବେ ବୋଲି କହି ଘରୁ ଆସିଥିଲେ। ସ୍କୁଟି ଉପରେ ଏକ ଲାପଟପ ବ୍ୟାଗ ରଖି ସେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିଲା ବେଳେ ଆରଡି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବଦ କରି ବ୍ୟବଚ୍ଛେଦ କରିବା ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଏ ସଂକ୍ରାନ୍ତରେ ଧୂଷୁରୀ ଥାନାରେ 33/2024 ରେ ଏକ ଅପମୃତ୍ଯୁ ମାମଲା ରୁଜ୍ଜୁ କରାଯାଇଛି। ତାହାସହ ପୋଲିସ ଘଟଣା ସ୍ଥଳରୁ ଜବତ କରିଥିବା ବ୍ଯାଗରେ ଲ୍ଯାପଟପ ଏବଂ ଡାଇରୀ ଭଳି ଅନେକ ସାମଗ୍ରୀ ପାଇଥିବା ଜଣାପଡିଛି। ଏପରିକି ଡାଇରିରେ ବହୁ ତଥ୍ଯ ଲେଖା ଥିବା ବିଶେଷ ସୂତ୍ରରୁ ଜଣା ପଡିଛି। ଏପରି ସ୍ଥଳେ ମୁକ୍ତିରଞ୍ଜନ ର ସମ୍ପୃକ୍ତି ବାଙ୍ଗାଲୋର ରେ ମହିଳାଙ୍କୁ ହତ୍ଯା କରି ଫ୍ରିଜରେ ରଖିବା ଘଟଣା ସହ ଥିବା କଥା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
