ଓଡ଼ଗାଁରେ ଉତ୍କଳ ସାମ୍ବାଦିକ ସଂଘ ସାଂଗଠନିକ ବୈଠକଆଗାମୀ କାର୍ଯ୍ୟପନ୍ଥା ଓ ଶୃଙ୍ଖଳାଗତ

ଓଡ଼ଗାଁରେ ଉତ୍କଳ ସାମ୍ବାଦିକ ସଂଘ ସାଂଗଠନିକ ବୈଠକଆଗାମୀ କାର୍ଯ୍ୟପନ୍ଥା ଓ ଶୃଙ୍ଖଳାଗତ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନାନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସାମ୍ବାଦିକ ସଂଘ କାର୍ଯ୍ଯାଳୟଠାରେ ଉତ୍କଳ ସାମ୍ବାଦିକ ସଂଘ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, ଓଡ଼ଗାଁ ବ୍ଲକ ସଭାପତି ଅଶୋକ ମହାପାତ୍ର, ସମ୍ପାଦକ ଗଣେଶ୍ୱର ସାହୁ, କୋଷାଧ୍ୟକ୍ଷ ସାରସ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସଂଘକୁ ଅଧିକ ସୁସଙ୍ଗଠିତ ଓ ମଜଭୁତ କରିବା ସହିତ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ସାଂଗଠନିକ କାର୍ଯ୍ଯକ୍ରମ ଉପରେ ଜିଲ୍ଲା ସଭାପତି ତଥ୍ୟ ରଖିଥିଲେ। ସଂଘର ଆଗାମୀ କାର୍ଯ୍ୟପନ୍ଥା ଓ ଶୃଙ୍ଖଳା ଗତ କାର୍ଯ୍ଯଧାରା ସମ୍ପର୍କରେ ଆଲୋଚନା କରିବା ସହିତ ସାମ୍ବାଦିକଙ୍କ ସୁରକ୍ଷା ନିମନ୍ତେ ସଂଘର ପ୍ରତିବଦ୍ଧତା ସମ୍ପର୍କରେ ସୂଚନା ଦେଇଥିଲେ । ଆଜିର କାର୍ଯ୍ଯକ୍ରମରେ ଜିଲ୍ଲା ସାମ୍ବାଦିକ ଅନୀଲ କୁମାର ପଣ୍ଡା, ରାମକୃଷ୍ଣ ରଥ, ରଜତ ପଟ୍ଟନାୟକ, ରବୀନ୍ଦ୍ର ଦାଶ, ନିହାର ପଟ୍ଟନାୟକ, ବିଶ୍ୱଜିତ୍ ନାୟକ ,ଦେବବ୍ରତ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସେହିଭଳି ଓଡ଼ଗାଁ ବ୍ଲକରେ କାର୍ଯ୍ଯରତ ସାମ୍ବାଦିକ ସୁନିଲ ପଟ୍ଟନାୟକ, ଫକିର ମହାରଣା, ନାରାୟଣ ପାଣୀଗ୍ରାହୀ, ଶ୍ରୀନିବାସ ପ୍ରଧାନ, ବିପିନ ତ୍ରିପାଠୀ, ରିପନ ପଣ୍ଡା, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *