ଶାରଦୀୟ ପୂଜା।

ଶାରଦୀୟ ପୂଜା।
ଶରତ ଋତୁ ର ମଧ୍ୟମ ସମୟେ
ଆମେ ସବୁ ଚଳଚଞ୍ଚଳ
ସ୍ବାଗତ କରୁଛୁ ମହାମାୟାଙ୍କୁହୃଦୟେ ଆବେଗ ଆମ୍ଭର
ହେ ଦୟାମୟୀ ଜଗତ୍ ଜନନୀ
ଘେନ ପୂଜ୍ୟ ପୂଜା ଆମ୍ଭର
ଶାରଦୀୟ ଭେଟି ପ୍ରଣତି ଆମ୍ଭର
ଘେନ ଆମ୍ଭ ପୂଜା ସାଦର।
ମହିଷାସୁର କୁ ବଦ୍ଧ କରି ମାଆ
ଦେବକୁଳ ରକ୍ଷା କରିଲ
ମହିଷାମର୍ଦ୍ଦିନୀନ ନାମ ପାଇଁ ମାଆ ଅସୁର କୁ ନାଶ କରିଛ।
ଷୋଳ ପୂଜା ରେ ସବୁ ଦେବୀପିଠ ମାଆ ମାଆ ଆଜି ଡାକୁଛି
ମାଆର ଆଶିଷ ପାଇବା ପାଇଁ
ଜନଗହଳି ପୂର୍ଣ୍ଣ ହୋଇଛି।
ତୁହି ମାଁ ଦୂର୍ଗା ଦୁର୍ଗତି ନାଶିନୀ
ଆଶିଷ ତୋହର ମାଗୁଛି।
ମୁଁହି ଦୀନ‌ହୀନ ମୁଢ ପାମର ଆଶିଷ ଦିଅଲୋ ମାତା
ତୋ ଆଶିଷ ପାଇଁ ତୃପ୍ତି ଲଭିବୁ
ତୁହି ମୋ ଜଗତ ମାତା।
ଶରତ ଋତୁ ଧରା ପୃଷ୍ଠରେ ଦେବା ଦେବୀଙ୍କୁ ଭେଟୁଛି
ଧନ୍ୟ ଧନ୍ୟ ହେ ଶରତ ଋତୁ କେବଳ ଆଶିଷ ପାଉଛି।
ପ୍ରକୃତି ବନ୍ଧୁ ହରିହର ସାହୁ
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ।

Leave a Reply

Your email address will not be published. Required fields are marked *