ନୂତନ ସି ଆର ସି ସି ଙ୍କ ଦାୟିତ୍ଵ ଗ୍ରହଣ

ଧରାକୋଟ:-୦୭/୧୦ଧରାକୋଟ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟଳୟ ଅଧିନରେ କାର୍ଯ୍ୟରତ 14 ଗୋଟି କ୍ଲଷ୍ଟର ର ସି ଆର ସି ସି ମାନଙ୍କ ମଧ୍ୟରୁ ପାଞ୍ଚଜଣ ଙ୍କର ପାଞ୍ଚ ବର୍ଷିଆ ସମୟ ସୀମା ପୂରଣ ହେବା ପରେ ନୂତନ ଭାବରେ ପାଞ୍ଚଜଣ ସି ଆର ସି ସି ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଧରାକୋଟ କ୍ଲଷ୍ଟର ସି ଆର ସି ସି ଭାବେ ଜଗନ୍ନାଥ ପଢ଼ିହାରି, ଢଉଗାଁ ପାଇଁ ଶର୍ମିଷ୍ଠା କୁମାରୀ ପାତ୍ର, ସରଧାପୁର ପାଇଁ କିରଣବାଳା ନାୟକ, ଜାହାଡା ପାଇଁ ବବ୍ରୁ ବାହନ ନାୟକ , ମଛାକୋଟ ପାଇଁ ପ୍ରଭାତ କିରଣ ସାହୁ ଦାୟିତ୍ଵ ଗ୍ରହଣ କରିଛନ୍ତି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ୱାଇଁ, ଏ ବି ଇ ଓ ପ୍ରଦୀପ କୁମାର ଶତପଥୀ, ଶିମାଞ୍ଚଳ ବେହେରା,ବିଭୂତି ଭୂଷଣ ପାତ୍ର ଙ୍କ ସମେତ ସମସ୍ତ କର୍ମଚାରୀ ସେମାନଙ୍କୁ ସ୍ଵାଗତ କରିଥିଲେ ।

Leave a Reply

Your email address will not be published. Required fields are marked *