ଷ୍ଟେସନ ନାମ ପରିବର୍ତ୍ତନ ସମାରୋହ ଅନୁଷ୍ଠିତ

ଜଟଣୀ ତା ୦୮-୧୦-୨୪ ଦୀର୍ଘ ଦିନ ପରେ ଅରୁଗୁଳୁ ରେଳ ଷ୍ଟେସନର ନାମ ପରିବର୍ତ୍ତନ କରାଯାଇ ଯମୁନା ବ୍ଲକ ହଟ ଜଙ୍କସନ୍ କ୍ୟାବିନ ନାମରେ ନାମିତ ହୋଇଛି । ଏହି ଷ୍ଟେସନଟି ଯମୁନା ଗ୍ରାମ ଅଧୀନରେ ଥିଲା

। ଗ୍ରାମ ବାସୀ ଅନେକ ଦିନରୁ ଯମୁନା ଗାଁ ନାମରେ ନାମିତ କରିବାକୁ ଦାବି କରି ଆସୁଥିଲେ । ଅକ୍ଟୋବର ୬ତାରିଖରେ ତାହା ସଫଳ ହୋଇଥିବାରୁ ଗ୍ରାମ ବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି । ନାମ ପରିବର୍ତ୍ତନ ସମାରୋହ ଉତ୍ସବରେ ଉଦ୍ଘାଟକ ଭାବେ ପୁରୀ ଲୋକସଭା ସାଂସଦ ଡ ସମ୍ବିତ ପାତ୍ର ଯୋଗ ଦେଇ ଥିବାବେଳେ ସମ୍ମାନୀୟ ଅତିଥି ଭାବେ ପିପିଲି ବିଧାୟକ ଶ୍ରୀ ଆଶୀର୍ବାଦ ପଟ୍ଟନାୟକ ପୂର୍ବତଟ ରେଳପ୍ରବନ୍ଧକ ହର୍ବିନ୍ଦର୍ ସିଂ ବାଜ୍ଵୱା, ସରପଞ୍ଚ ସାଗରିକା ବଡଜେନା ଯୋଗ ଦେଇଥିଲେ । ଆଇ ସି ମୋନା ଶର୍ମା, ଏ ଏସ ଆଇ ସି ଆର ବି ସିଂ ,ବିଜେପି ମଣ୍ଡଳ ସଭାପତି ଶ୍ରୀ ଶ୍ବେତ କୁମାର ନାୟକ,ଶ୍ରୀ ଲଡୁ ରାୟ ପ୍ରମୁଖ ଯୋଗ ଦେଇଥିଲେ । ଯମୁନା ଗ୍ରାମ ବାସୀଙ୍କ ପକ୍ଷରୁ ଶରତ କୁମାର ମାର୍ଥା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *