ବ୍ଲକ ସ୍ତରୀୟ ସୁରଭି କାଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର:-୦୮/୧୦ ଭଞ୍ଜନଗର ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍ ଧନଞ୍ଜୟ ଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ରୁପେ ଯୋଗଦେଇ ସରକାରଙ୍କ ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ। ସୁରଭି ମାଧ୍ୟମରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଲୁଚି ଯାଉଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆସି ପାରୁଛି ବୋଲି ନିଜ ଅଭିଭାଷଣରେ କହିଥିଲେ। କାର୍ଯ୍ୟକ୍ରମରେ ସଂମ୍ମାନୀତ ଅତିଥି ଭାବେ ଗୋପବନ୍ଧୁ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ,ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ, ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଗୌରୀଶଙ୍କର ଶତପଥି,ସାଂସଦଙ୍କ ବ୍ଲକ ପ୍ରତିନିଧି ରବିନ୍ଦ୍ର କୁମାର ଗୌଡ,ନଗର ସାଂସଦ ପ୍ରତିନିଧି ସନ୍ତୋଷ ତିଆଡି,ବିଜେପି ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ନୀଳମାଧବ ପାତ୍ର,ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସ୍ବରାଜ କହଂର ପ୍ରମୁଖ ମଞ୍ଚାସୀନ ରହି ଭଲ ମଣିଷ ହେବାକୁ ଛାତ୍ରଛାତ୍ରୀ ଶୃଙ୍ଖଳିତ ହୋଇ ଶିକ୍ଷା ଗ୍ରହଣ କରିବା ସହ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ୩ ଟି ବର୍ଗରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ କୁଇଜ୍,ତର୍କ,ବକ୍ତୃତା, ସଙ୍ଗୀତ,ହସ୍ତାକ୍ଷର,ସୃତ ଲୀଖନ,ସୃଜନଶୀଳ ଲିଖନ,ଚିତ୍ରାଙ୍କନ,ହସ୍ତକଳା ଓ ଦଳଗତ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପ୍ରତ୍ୟେକ ବର୍ଗର ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ବ୍ଲକର ସମସ୍ତ ସିଆରସିସି,ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ। ପୂର୍ବରୁ ବ୍ଲକର ୧୯୧ଟି ବିଦ୍ୟାଳୟରୁ ତିନୋଟି ବର୍ଗରେ ୫୧୦ ଛାତ୍ରଛାତ୍ରୀ ଅଶଂଗ୍ରହଣ କରିଥିଲେ। ବ୍ଲକସ୍ତରୀୟ ସୁରଭି ରେ କୃତିତ୍ୱ ଅର୍ଜୁନ କରିଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ଭାଗନେବେ।
