ସମୁଦ୍ରରେ ଗାଧୋଉଥିବା ବେଳେ ନିଖୋଜ ଯୁବକ
ସମୁଦ୍ରରେ ଗାଧୋଉଥିବା ବେଳେ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର।ଶନିବାର ଅପରାହ୍ନରେ କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର କୂଳରେ ନିଶାସକ୍ତ ହୋଇ ଗାଧୋଉଥିବା ସମୟରେ ଡେଲାଙ୍ଗ ବେରୋବୋଇ ଅଞ୍ଚଳର ୨ ଜଣ କୋରିଅର କମ୍ପାନୀ କର୍ମଚାରୀ ଲାଇଫ ଗାର୍ଡ ମାନଙ୍କ ଦ୍ଵାରା ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ବେଳେ ଜଣେ ଯୁବକ ସମୁଦ୍ରରେ ନିଖୋଜ ଥିଲେ। ରବିବାର ଭୋରୁ ନିଖୋଜ ଯୁବକଙ୍କ ମୃତ ଦେହ ଚନ୍ଦ୍ରଭାଗା ନିକଟ ସମୁଦ୍ର କୂଳରୁ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ଜଗସିଂହପୁର ରଘୁନାଥପୁର ଅଂଚଳରେ ବୋଲି ଜଣାପଡିଛି।କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ
