ମିନତି ମାଗୁଛି ମାଆ ଙ୍କୁ
ମିନତି ମାଗୁଛି ମାଆ ଙ୍କୁ
ମିନତି ମାଗୁଛି ମାଆ ଙ୍କୁ ଆଜି
ଦଶହରା ରେ
ଘଣ୍ଟ ଘୋଡ଼ାଇବୁ ମାଆ ଲୋ ତୁହି ଆମ୍ଭ ଉପରେ।
ତୋର ପଣତରେ ଅଛି ଲୋ ମାଆ ମହା ଶକତି
ସେହି ଶକତି ରେ ହଟିବ ମାଆ ବଡ ବିପତ୍ତି।
ଶକ୍ତି, ସାମର୍ଥ୍ୟ ରେ ମାଆ ଲୋ ତୁହି ଯେ ପରିପୂର୍ଣ୍ଣ
ଅଧମ ମଣିଷ ଶିଖୁନି ତୋର ମହତ୍ ଗୁଣ ।
ହିଂସା ଇର୍ଷା ଯିଏ କରଇ ସିଏ ଅଟଇ ନିଚ୍ଚ
ସେହି ଇର୍ଷା ସେ ପଡଇ ପାଏ ଦୁଃଖ ଅନେକ।
ମାତୃଭୂମି ଠାରୁ ଶିଖହେ ମୋର ଭାଇ ଭଉଣୀ
ସଭିଙ୍କୁ ଆପଣା ମନାଏ ଆମ ଭାରତ ଭୂମି।
ଦେବ ଦେବୀଙ୍କ ଦୁଃଖ କୁ ମାଆ ସହିନପାରି
ମହିଷାସୁର କୁ ବଦ୍ଧିଲେ
ଦେଲେ ସୁଖ ଅପାରି।
ଦୁର୍ଗତି ନାଶିନୀ ନାମରେ ମାଆ ସେ ଦଶଭୁଜା
ରାମ ଙ୍କ ପୂଜା ରେ ସନ୍ତୁଷ୍ଟ ଦେଲେ ବିଜୟ ଧ୍ଵଜା।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତିକ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୧୬
