ହେରିଟେଜ ରାଇଡ ଅନୁଷ୍ଠିତ

ପିଲାମାନେ ବୁଲି ଦେଖିଲେ
ବଡ ଓଡିଆ ମଠ ସମେତ ବିଭିନ୍ନ ଐତିହ୍ୟ ସଂପର୍ଣ୍ଣ ସ୍ଥାନ

ପୁରୀ- ତା. ୧୦.୧୦.୨୦୨୧- ଛାତ୍ରଛାତ୍ରୀ ମାନଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ ହୋଇଛି । ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ପୁରୀ ଜିଲ୍ଲାସ୍କୁଲର ୩୦ ଜଣ ଛାତ୍ର ନିଳାଦ୍ରି ବେଳାଭୂମିରୁ ବାହାରି ପୌରସଂସ୍ଥା କାର୍ଯ୍ୟାଳୟ ଦେଇ ଐତିହାସିକ ସମ୍ପର୍ଣ୍ଣ କାଡାର ଆଶ୍ରମ, ଶଙ୍କରାଚାର୍ଯ୍ୟ ମଠ, ତୋଟା ଗୋପୀନାଥ, ଯମେଶ୍ବର ଓ ବଡ ଓଡିଆ ମଠ ଆଦି ବୁଲି ଖୁସିବ୍ୟକ୍ତ କରିଥିଲେ । ବଡ ଓଡିଆ ମଠରେ ଶ୍ରୀ ମନ୍ଦିରରେ ବିଭିନ୍ନ ନୀତିକାନ୍ତି ଓ ସେବା ସହ ମଠର ସଂପର୍କ, ଓଡିଆ ଭାଗବତର ସ୍ରଷ୍ଟା ଜଗନ୍ନାଥ ଦାସଙ୍କ ବ୍ୟବହୃତ କଠଉ, ସ୍ବଲିଖିତ ଭାଗବତ ପୋଥି ଦେଖି ଛାତ୍ରମାନେ କୃତ କୃତ ହୋଇଥିଲେ । ଗବେଷକ ଡଃ ସୁରେନ୍ଦ୍ର ମିଶ୍ର ବିଭିନ୍ନ ମଠର ଉତ୍ପତ୍ତି ଓ ମହାତ୍ମ ବିଷୟରେ ଆଲୋକପାତ କରିଥିଲେ । ପୁରୀର ଉନ୍ନତ ଓ ଐତିହ୍ୟପୂର୍ଣ୍ଣ ତଥା ସୁପ୍ତ ପ୍ରାୟ ପ୍ରାଚୀନ ପରମ୍ପରାର ଅନାଲୋଚିତ ଦିଗ ସଂପର୍କରେ ଜିଜ୍ଞାସା ସୃଷ୍ଟି କରିବାକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ତତ୍ତ୍ବାବଧାନରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ହେରିଟେଜ ରାଇଡରେ ଛାତ୍ରଛାତ୍ରୀ, ଯୁବ ଗୋଷ୍ଠୀ, ବୁଦ୍ଧିଜିବୀ, ପର୍ଯ୍ୟଟକ ସମେତ ବିଭିନ୍ନ ବର୍ଗଙ୍କୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ସାମିଲ କରାଯାଉଛି । ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ବ୍ଲକ ଶିକ୍ଷାଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ଦାଶ, ପୁରୀ ଜିଲ୍ଲାସ୍କୁଲ କ୍ରୀଡା ଶିକ୍ଷକ ଶ୍ରୀ ଗୋପାଳ ଚନ୍ଦ୍ର ପରିଡା, ଇକୋ ଟ୍ୟୁରିଜିମ କ୍ଲବର ପ୍ରତିଷ୍ଠାତା ଶ୍ରୀ ଯୁଗବ୍ରତ କର, ଶ୍ରୀ ଶାନ୍ତିରଞ୍ଜନ ମିଶ୍ର, ଶ୍ରୀ ସୁଶାନ୍ତ ପାତ୍ର, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *