ପିଇବା ପାଣି ର ସଙ୍କଟ ଦେଖାଦେବ ରୁ ରାସ୍ତା କୁ ଓହ୍ଲାଇଲେ ଗୌଡଗୋଠ ଗ୍ରାମବାସୀ
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ବଡ଼ଗଡ଼ ଥାନା ଅଧୀନ ଥିବା ଗୌଡ଼ଗୋଠ ଗ୍ରାମରେ ପିଇବା ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇ ଲେ ଗ୍ରାମବାସି। ରାଜ ରାସ୍ତା ରେ ନିଆଁ ଜଳି ପଂଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମୁଖ୍ୟ ରାସ୍ତାରେ ଗରା ମାଠିଆ ହାଣ୍ଡି ରଖି ନିଆଁ ଜାଳି ରାସ୍ତା ଅବରୋଧ କଲେ ଉତ୍ୟକ୍ତ ଗ୍ରାମବାସୀ ଓ ମହିଳା ମାନେ।ଗାଁରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ହୋଇଛି ସତ ପ୍ରତି ଘରକୁ ପାଇପ ସଂଯୋଗ ହୋଇଛି ସତ କିନ୍ତୁ ପାଣି ଆସୁନି।ଦୀର୍ଘ ଦିନ ହେଲା ଗୌଡ଼ଗୋଠ ରେ ପାଣି ସମସ୍ୟା ଲାଗି ରହିଛି ।

ବାରମ୍ବାର ବ୍ଲକ ପ୍ରଶାସନ କୁ ଜଣାଇଥିଲେ ବି କେହି ଶୁଣିନଥିଲେ।ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ଓ ମହିଳା ମାନେ ଏକାଠି ହୋଇ ଏଭଳି ପ୍ରତିବାଦ ରେ ରାଜ ରାସ୍ତା କୁ ଓହ୍ଲାଇ ଥିବା ଜଣାପଡିଛି। ବଡ଼ଗଡ଼ ପୋଲିସ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ପଞ୍ଚାୟତ କାର୍ଯ୍ୟାଳୟ କୁ ସରପଞ୍ଚ କେବେ ମଧ୍ୟ ଆସୁନାହାନ୍ତି ଲୋକଙ୍କ ସୁବିଧା ଅସୁବିଧା କିଛି ବୁଝୁନାହାନ୍ତି l ଲୋକଙ୍କ ସମସ୍ୟା ବୁଝୁନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଜିଲ୍ଲା ପରିଷଦ କହିଛନ୍ତି।
ନାରାୟଣ ଡାକୁଆ ଙ୍କ ରିପୋର୍ଟ ତୀର୍ଥ କ୍ଷେତ୍ର ଲାଇଭ
