ଜଟଣୀ ସୁରକ୍ଷା ମଞ୍ଚ ପକ୍ଷରୁ ୪୦ୟୁନିଟ୍ ରକ୍ତ ସଂଗ୍ରହ

ଜଟଣୀ ସହରରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ରକ୍ତଦାନ ଅନୁଷ୍ଠାନ ସୁରକ୍ଷା ମଞ୍ଚ ପକ୍ଷରୁ ମଞ୍ଚର ପ୍ରତିଷ୍ଠାତା ସ୍ଵର୍ଗତ ଶିବ ପ୍ରସାଦ ମହାନ୍ତିଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ରକ୍ତ ଦାନ ଶିବିର ସୁରକ୍ଷା ମଞ୍ଚ ଓ ଏଚ ଡି ଏଫ୍ ସି ବ୍ୟାଙ୍କର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୪୦ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ରେଡକ୍ରସ ଆଞ୍ଚଳିକ ରକ୍ତ ଦାନ କେନ୍ଦ୍ର, ଓଡ଼ିଶା ର ଡାକ୍ତର ଗୀତାଞ୍ଜଳି ମିଶ୍ର ଓ ତାଙ୍କର ସହଯୋଗୀ ରକ୍ତ ଦାତାଙ୍କ ଠାରୁ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।

ରକ୍ତ ଦାନ ଶିବିରକୁ ସୁରକ୍ଷା ମଞ୍ଚର ସଭାପତି ଶ୍ରୀ ଶିବ ପ୍ରସାଦ ଯୋଶୀ, ଶିକ୍ଷାବିତ୍ ତ୍ରିଲୋଚନ ମହାପାତ୍ର, ଡାକ୍ତର ଗୀତାଞ୍ଜଳି ମିଶ୍ର, ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଜଟଣୀ ନଗର ସଂଘ ଚାଳକ ଶ୍ରୀ ନୀଳାମ୍ବର ମିଶ୍ର , ସମାଜସେବୀ ଶ୍ରୀ ଲଛମନ ରାଓ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ ସହ ସ୍ଵର୍ଗତ ଶିବ ପ୍ରସାଦ ମହାନ୍ତିଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶୁଭ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଶାକର୍ମୀ ଶ୍ରୀମତୀ ମଞ୍ଜୁ ଜେନା, ରେଲୱେ ସ୍କୁଲର ଶିକ୍ଷକ ଅନୁପ କୁମାର ହୋତାଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ ପ୍ରଧାନ ସୁରକ୍ଷା ମଞ୍ଚର ସଦସ୍ୟ କିପରି ରୋଗୀ ମାନଙ୍କୁ ରକ୍ତ ଦାନ କରି ଆସୁଛନ୍ତି ତାର ବିବରଣୀ ପ୍ରଦାନ କରିଥିଲେ । ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀ କୈଳାସ ଚନ୍ଦ୍ର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଧୀରେନ୍ଦ୍ର ଜେନା, ଚିତ୍ତରଞ୍ଜନ ସ୍ବାଇଁ, ପ୍ରିତମ ମିଶ୍ର, ସୁରେଶ କୁମାର ବେହେରା, ସନାତନ ନାୟକ, ଜୀବନ ବଲ୍ଲଭ ମହାନ୍ତି, କଳିଙ୍ଗ ସାହୁ, ଆଶ୍ରୟ ଅନୁଷ୍ଠାନର ଦିପୁ ଭାଇ,ଏଚେ ଡି ଏଫ୍ ସି ବ୍ୟାଙ୍କର ବ୍ରଜକିଶୋର ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ।

ସ୍ଵତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ,ଜଟଣୀ ।

Leave a Reply

Your email address will not be published. Required fields are marked *