ଦାନା ବାନ୍ଧୁଚି ‘ଦାନା’
ଭଦ୍ରକ, ତା ୨୧.୧୦.୨୦୨୪ ରିଖ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ସୃଷ୍ଟି ହୋଇଥିବା ଲଘୁରୂପ ସମ୍ଭାବ୍ୟ ବାତ୍ୟାର ରୂପ ନେବା ସୂଚନା କ୍ରମେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ, ସ୍ଵତନ୍ତ୍ର ରିଲିଫ୍ କମିଶନର ଆଦିଙ୍କ ସମୀକ୍ଷା ଓ ନିର୍ଦ୍ଦେଶ ମତେ ଭଦ୍ରକ ଜିଲ୍ଲା ପ୍ରଶାସନ ଦ୍ଵାରା ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କ୍ଷେତ୍ରୀୟସ୍ତରରେ ପୂର୍ଣ ପ୍ରସ୍ତୁତି ନିମନ୍ତେ ସଂପୃକ୍ତ ସମସ୍ତ ବି.ଡ଼ି.ଓ. ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଜିଲ୍ଲାରଥିବା ସମସ୍ତ ବାତ୍ୟାଶ୍ରୟ ଓ ବନ୍ୟାଶ୍ରୟ ସମୁଦାୟ ୧୦୫ଟି ଆଶ୍ରୟସ୍ଥଳୀକୁ ପରିଦର୍ଶନ କରି ସମ୍ପୁର୍ଣ ପ୍ରସ୍ତୁତ ରଖୁବାକୁକୁହାଯାଇଛି । ସେଗୁଡ଼ିକର ଉପଲବ୍ଧ ଥିବା ପାନୀୟ ଜଳ ଯୋଗାଣ, ଶୌଚାଳୟ, ଜେନେରେଟର, ଆସ୍କା ଲାଇଟ୍,ଯାନ୍ତ୍ରିକ କଟର, ପରିଷ୍କାର ପରିଚ୍ଛନ୍ନତା ଓ ଆନୁସଙ୍ଗିକ ସମସ୍ତ ଉପକରଣ ସଚଳ ଅବସ୍ଥାରେ ରଖୁବା ପାଇଁ ନିର୍ଦ୍ଦେଶ ପ୍ରଦାନକରାଯାଇଛି । ଆବଶ୍ୟକ ହେଲେ ନିରାପଦ ସ୍କୁଲ ଗୁଡ଼ିକୁ ମଧ୍ୟ ଆଶ୍ରୟସ୍ଥଳୀ ରୂପେ ଚିହ୍ନଟ କରିବାକୁ କୁହାଯାଇଛି । ବାତ୍ୟା,ବନ୍ୟା ପ୍ରବଣ ଓ ତଳିଆ ଜଳମଗ୍ନ ହେଉଥିବା ଅଞ୍ଚଳକୁ ଚିହ୍ନଟକରି ଆବଶ୍ୟକ ହେଲେ ସଂପୃକ୍ତ ଅଞ୍ଚଳରୁ ଲୋକମାନଙ୍କୁଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା ନେଇ ସେମାନଙ୍କୁ ସଚେତନ କରାଯିବ । ଆଶ୍ରୟ ସ୍ଥଳୀରେ ଶୁଖୁଲା ଖାଦ୍ୟ, ରନ୍ଧାଖାଦ୍ୟପାଇଁ ଆବଶ୍ୟକ ଉପକରଣ, ଔଷଧ, ଶିଶୁ ଖାଦ୍ୟ ଆଦି ମହଜୁଦ ରଖିବା ପାଇଁ ପଦକ୍ଷେପ ଦିଆଯିବ । ଅପରାହ୍ନରେମୁଖ୍ୟମନ୍ତ୍ରୀ ଓ ରାଜସ୍ବମନ୍ତ୍ରୀଙ୍କ ଦ୍ୱାରା ଆଭାସି ବୈଠକ ଜରିଆରେ ଜିଲ୍ଲାପାଳମାନଙ୍କୁ ପ୍ରଦତ୍ତ ନିର୍ଦ୍ଦେଶମତେ ପ୍ରସ୍ତୁତିକୁ ଟିକିନିଖସମୀକ୍ଷା କରାଯାଉଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଆଭାସି ଜରିଆରେ ଜିଲ୍ଲାର ସମସ୍ତ ବି.ଡ଼ି.ଓ. ତହସିଲଦାର ଓଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଆଭାସି ଜରିଆରେ ଅନୁଷ୍ଠିତମୁଖ୍ୟମନ୍ତ୍ରୀଙ୍କ ସହ ଯୋଡ଼ି ହୋଇଥିବା ବୈଠକରେ ଜିଲ୍ଲାପାଳଙ୍କ ସହିତ ଏସ୍.ପି. ମାଡ଼କର ସନ୍ଦୀପ ସମ୍ପତ, ଅତିରିକତଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ,ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଚନ୍ମିତା କର ଓ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କସମୀକ୍ଷା ଓ ନିର୍ଦ୍ଦେଶାନୁଯାୟୀ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ସଠିକ୍ ଥିବା ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ସମୁଦ୍ରଭିତରେ ଥିବା ସମସ୍ତ ୯୧୧ଟି ମାଛଧରା ଡ଼ଙ୍ଗା/ଟ୍ରଲର ସମୁଦ୍ରରୁ କୂଳକୁ ଫେରି ସାରିଛନ୍ତି । ଆବଶ୍ୟକ ହେଲେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ଏକ ସପ୍ତାହ ମଧ୍ୟରେ ପ୍ରସବ ତାରିଖ ଥିବା ଗର୍ଭବତୀ, ତଳିଆ ଅଞ୍ଚଳ ଆଦି ଚିହ୍ନଟ କରାଯାଇଅଛି । ୨୨ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାର ଗତିପଥ ସମ୍ବନ୍ଧରେ ସ୍ପଷ୍ଟ ଚିତ୍ର ମିଳିପାରେ ବୋଲି ଆଶା କରାଯାଉଛି। ୨୩ ଓ ୨୪ ତାରିଖ ବେଳକୁ ୨୦ ସେ.ମି.ରୁ ଅଧିକ ବର୍ଷା ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ପ୍ରଶାସନ ସମ୍ପୁର୍ଣ ପ୍ରସ୍ତୁତ ଅଛି ବୋଲି ଜିଲ୍ଲା ପ୍ରକାଶ କରିଛନ୍ତି ।
