ହବିଷିଆଳି ଶିବିରରେ ଆଧ୍ୟାତ୍ମିକ ପରିବେଶ ଧାର୍ମିକ ମାସ କାର୍ତ୍ତିକ
ହବିଷିଆଳି ଶିବିରରେ ଆଧ୍ୟାତ୍ମିକ ପରିବେଶ ଧାର୍ମିକ ମାସ କାର୍ତ୍ତିକ । ଶ୍ରୀକ୍ଷେତ୍ରରେ ଚାରିଆଡେ ଧାର୍ମିକ ପରିବେଶ ଦେଖିବାକୁ ମିଳୁଛି । ବିଭିନ୍ନ ମଠ,ମନ୍ଦିରରେ ବ୍ଯାପକ ପୂଜାର୍ଚ୍ଚନା ଚାଲିଛି । ହବିଷିଆଳିଙ୍କ ଶିବିରରେ ଭଜନକୀର୍ତ୍ତନରେ ପ୍ରକମ୍ପିତ ହେଉଛି । ହବିଷିଆଳିଙ୍କ ଶ୍ରୀଜଗନ୍ନାଥ ଜଣାଣ ସାଙ୍ଗକୁ ହରେକୃଷ୍ଣ ହରେରାମ ଜପରେ ପୂରି ଉଠୁଛି ଶିବିର ପରିବେଶ । ହବିଷିଆଳି ମା ମାନେ ବଡିଭୋରରୁ ସ୍ନାନ ସାରି ଏକତ୍ର ଚଉରା ମୂଳେ ପୂଜାର୍ଚ୍ଚନା କରିବା ସହ ସନ୍ଧ୍ୟାରେ ଆକାଶଦୀପ ଜାଳୁଛନ୍ତି । ଏହା ତଳେ ବସି ହରିବୋଲ ହୁଳହୁଳି ପକାଉଛନ୍ତି ।

କାର୍ତ୍ତିକ ବ୍ରତକୁ ପୂର୍ଣ୍ଣ କରିବାକୁ ଶକ୍ତି ସହ ଆର୍ଶୀବାଦ ଦେବାକୁ ପ୍ରାର୍ଥନା କରୁଛନ୍ତି । ସକାଳୁ ସ୍ନାନ ସାରି ପୂଜାର୍ଚ୍ଚନା ପରେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଛନ୍ତି । ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ ସାରି ଫେରିବା ପରେ ବିଶ୍ରାମ ନେଇ ସଂଧ୍ଯାରେ ହବିଷ୍ୟାନ୍ନ ଭାବେ ମହାପ୍ରସାଦ ସେବନ କରୁଛନ୍ତି । ଆକାଶଦୀପ ଓ ଚଉରା ମୂଳେ ପୂଜାର୍ଚ୍ଚନା ସହ ଗୀତ ଗାଉଛନ୍ତି । ସାଥୀ ହବିଷିଇଆଳିମାନେ ଗୀତ ଗାଉଥିବାବେଳେ ଅନ୍ଯମାନେ ଏହାର ତାଳେ ତାଳେ ନାଚିବାର ଦୃଶ୍ଯ ନିଆରା ପରିବେଶ ସୃଷ୍ଟି କରିଛି ।
