ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ସମୀକ୍ଷା

ସମ୍ଭାବ୍ୟ ବାତ୍ୟା କୁ ନେଇ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ସମୀକ୍ଷା କରିଛନ୍ତି। ମନ୍ତ୍ରୀ କହିଛନ୍ତି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକ ମାନେ ଭୟଭୀତ ନ ହୋଇ ଏହାର ମୁକାବିଲା ପାଇଁ ସମସ୍ତେ ଆଗେଇ ଆସିବାକୁ ପଡ଼ିବ।ବାତ୍ୟା ଆସିବା ପୂର୍ବରୁ ରାଜ୍ୟ ସରକାର ସଂପୂଣ୍ଣ ପ୍ରସ୍ତୁତ ଥ‌ିବା ବେଳେ ଭଦ୍ରକ ଜିଲ୍ଲା ର ୪ ଟି ପୌରାଞ୍ଚଳ ୭ ଟି ବ୍ଲକ୍‌ଧାମନଗର,ଚାନ୍ଦବାଲି,ତିହିଡି, ବାସୁ ଦେବପୁର ସମେତ ଧାମରା ଭଦ୍ରକ,ଏବଂ ଭଣ୍ଡାରି ପୋଖୋରୀ, ,ବନ୍ତ,ଭଦ୍ରକ ପ୍ରମୁଖ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ବିଶେଷକରି

ଧାମନଗର ରେ ଥ‌ିବା ବାତ୍ୟା ଆଶ୍ରୟ ସ୍ଥଳ,ବିଦ୍ୟାଳୟ ରେ ଲୋକ ମାନେ ରହିବା ପାଇଁ ବ୍ୟବସ୍ଥା ଥ‌ିବା ବେଳେ ଆଗୁଆ ମଣିଷ ଖାଦ୍ୟ ଓ ପଶୁ ଖାଦ୍ୟ, ପାନୀୟ ଜଳ ଆଦି ମହଜୁଦ ରଖୁବାକୁ ବିଭାଗୀଯ ଅଧୂକାରୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ସୁରଜ ନିର୍ଦ୍ଧେଶ ଦେଇ ଦେଇ ଛନ୍ତି। ଜିଲ୍ଲାରେ ୧୦୫ ଟି ବାତ୍ୟା ଆଶ୍ରୟ ସ୍ଥଳୀ ଏବଂ ୫୯୮ ବିଦ୍ୟାଳୟ କୁ ଚିହ୍ନଟ କରାଯାଇ ଲୋକ ମାନେ ରହିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ କହି ଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ ଦତ୍ତ,ଧାମନଗର ବ୍ଲକ ଅଧ୍ଯକ୍ଷା ଶର୍ମିଷ୍ଠା ବେହେରା,ଙ୍କ ସମେତ ବିଡିଓ, ତହସିଲଦାର,ଜିଲ୍ଲାପରିଷଦ ସଦସ୍ୟ,ବିଭାଗୀୟ ଅଧୂକାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *