ଆମ ବ୍ୟଙ୍ଗ ପସରାର ଶାରଦିଆ ସଂଖ୍ୟା ଉନ୍ମୋଚିତ
ଭଦ୍ରକ :୧୧/୧୦:- ଆଜି ସନ୍ଧ୍ୟାରେ ଡ. ଗୋଲକ ବିହାରୀ ସାହୁଙ୍କ ଅଧ୍ୟକ୍ଷତାରେ, ସାବିତ୍ରୀ ସଦନ, ସାବନ ବଜାର, ଭଦ୍ରକଠାରେ ଶ୍ରୀମତୀ ବସନ୍ତ ମିଶ୍ରଙ୍କ ସମ୍ପାଦିତ ହାସ୍ୟ ଓ ବ୍ୟଙ୍ଗ ପତ୍ରିକା ‘ଆମ ବ୍ୟଙ୍ଗ ପସରା’ ଉନ୍ମୋଚିତ ହୋଇଯାଇଛି । ଏତତ୍ ବ୍ୟତୀତ ଶ୍ରୀମତୀ ମିଶ୍ରଙ୍କ ଲିଖିତ ଏକପଦୀ ସଂକଳନ ‘ଗାରେ ହସ ଧାରେ ଲୁହ’ ଓ ଶିଶୁ ଗଳ୍ପ ସଂକଳନ ‘ଗପଟିଏ ସେତ ଶିଖାଟିଏ’ ଉନ୍ମୋଚନ ମଧ୍ୟ ମୁଖ୍ୟ ଅତିଥି ଅମୃତ ଦର୍ଶନର ପତ୍ରିକାର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ମୁଖ୍ୟବକ୍ତା ଡ. କ୍ଷୀରୋଦ କୁମାର ସାମଲଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇ ଯାଇଛି ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
