ବିପଦର ସାଥୀ ସାଜିଛନ୍ତି ଭଦ୍ରକର ବିଧାୟକ
ସାମଦ୍ରିକ ବାତ୍ୟା “ଦାନା” ପାଇଁ ବେଶ ପ୍ରଭାବିତ ହୋଇଛି ଭଦ୍ରକ ଜିଲ୍ଲା | ଜିଲ୍ଲାର ସମସ୍ତ ବ୍ଲକ ବିଶେଷ କ୍ଷତିଗସ୍ତ ହୋଇଛି | ତେବେ ବାତ୍ୟାର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ନେବା ପାଇଁ ପ୍ରଶାସନିକ ସ୍ତର ଠାରୁ ଆରମ୍ଭ କରି ମନ୍ତ୍ରୀ ଓ ବିଧାୟକମାନଙ୍କୁ ଯୁଦ୍ଧକାଳୀନ ଭତ୍ତିରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ | ବାତ୍ୟା ପୂର୍ବବର୍ତ୍ତୀ ଓ ପରବର୍ତ୍ତୀ ସମସ୍ତ ପ୍ରକାର ପଦକ୍ଷେପ ନେଇ ବିପଦର ସଫଳ ମୁକାବିଲା କରାଯାଇଛି | ତେବେ ଯଦି ଭଦ୍ରକ ନିର୍ବାଚନମଣ୍ଡଳୀ କଥା କହିବା ବାତ୍ୟାର ସଫଳ ମୁକାବିଲା ପଛରେ ରହିଛି ସ୍ଥାନୀୟ ବିଧାୟକଙ୍କ କଠିନ ପରିଶ୍ରମ ଓ ଦୂରଦୃଷ୍ଟି |

ଆମେ ସମସ୍ତେ ଦେଖିଛେ, ବାତ୍ୟା ପୂ୍ୂର୍ବରୁ ଦିନ ରାତି ଏକ କରି କେମିତି ବିଧାୟକ ଘର ଘର ବୁଲି ଲୋକମାନଙ୍କୁ ସୁରକ୍ଷିତ ବାତ୍ୟାସ୍ଥଳକୁ ଆଣିଥିଲେ | ଏଥିସହ ସମସ୍ତ ବାତ୍ୟାସ୍ଥଳ ଗୁଡ଼ିକ ପରିଦର୍ଶନ କରି ଲୋକମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା ବୁଝିଥିଲେ | ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ସହ ସମନ୍ବୟ ରଖି ବାତ୍ୟାର ପୂର୍ବ ପ୍ରସ୍ତୁତି ଏପରି କରିଥିଲେ ଯେ ଯେମିତି ବାତ୍ୟା ସମୟରେ କହାର କିଛି ଅସୁବିଧା ନ ହେଉ | ଏତକିରେ ଥକି ନ ଥିଲେ ବିଧାୟକ ବାତ୍ୟା ପରେ ଦିନ ରାତି ସମସ୍ତ ଅଞ୍ଚଳ ବୁଲି ବୁଲି ଲୋକମାନଙ୍କ ସମସ୍ୟା ବୁଝିବା ସହ ସମାଧାନର ବାଟ ବାହାର କରୁଛନ୍ତି | ବାତ୍ୟା ପରେ ବିଦ୍ୟୁତ ସରବରାହ, ପାନୀୟଜଳ ଯୋଗାଣ, ଗମନାଗମନ ସୁବିଧା ଠାରୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରେ ଜଳ ନିଷ୍କାସନ ଉପରେ ବେଶ ଗୁରୁତ୍ବ ଦେଇଥିଲେ ବିଧାୟକ | କେତେ ବେଳେ ମନ୍ତ୍ରୀ କେତେବେଳେ ସାଂସଦ, କେତେବେଳେ ପ୍ରଶାସନିକ ଅଧିକାରୀଙ୍କ ସହ ତ କେତେବେଳେ ସ୍ଥାନୀୟ ପ୍ରତିନିଧିଙ୍କ ସହ ପ୍ରବାଭିତ ଅଞ୍ଚଳ ପରଦର୍ଶନ କରି ସମସ୍ୟାର ସମସ୍ୟାର କରୁଛନ୍ତି ବିଧାୟକ | ମୋଟ ଉପରେ କହିବାକୁ ଗଲେ ଜଣେ ସେବକ ଓ ଯୋଦ୍ଧାଙ୍କ ଭଳି ନିଜ ଅଞ୍ଚଳର ଲୋକମାନଙ୍କ ଦୁଃଖରେ ସାମିଲ ହୋଇ ବାତ୍ୟାର ସଫଳ ମୁକାବିଲା କରୁଛନ୍ତି ବିଧାୟକ ସିତାଂଶୁ ମହପାତ୍ର | ବିପଦ ବେଳେ ନିଜ ଅଞ୍ଚଳ ଲୋକଙ୍କ ପ୍ରତି ବିଧାୟକଙ୍କ କର୍ତ୍ତବ୍ୟ,ଦୟିତ୍ବ ଓ ପ୍ରତିବଦ୍ଧତା ଦେଖି ଜଣସାଧରଣରେ ବେଶ ପ୍ରଶଂସ କରାଯାଉଛି |
