ବିପୁଳ ପରିମାଣର ବାଣ ସହ ଦୁଇ ଗିରଫ ।
ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଂ ଟିମ ନିଜ ଅଞ୍ଚଳରେ ରାତ୍ରିକାଳୀନ ପେଟ୍ରୋଲିଂ କରୁଥିବା ବେଳେ, ଜଟଣୀ ଅନ୍ତର୍ଗତ ଚର୍ଚ୍ଚ ପଡିଆ ମାର୍କେଟ କମ୍ପ୍ଲେକ୍ସ ନିକଟରେ ଏକ ଟାଟା ଏସି ଗାଡି ଡାଲାରୁ ବିପୁଳ ପରିମାଣର ବେଆଇନ ବାଣ ଖଲାସ କରାଯାଉଥିବା ଦେଖିବାକୁ ପାଇଥିଲେ । ପେଟ୍ରୋଲିଂ ଟିମ ଅବିଳମ୍ବେ ଘଟଣା ସ୍ଥଳରେ ଚଢଉ କରି ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ଦୁଇ ଅଭିଯୁକ୍ତ ହେପାଜତରୁ ବିଭିନ୍ନ କିସମର ବିପୁଳ ପରିମାଣର ବାଣ ସବୁକୁ ଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ମାନେ, ଉକ୍ତ ବାଣ ସଞ୍ଚୟ କିମ୍ବା ବ୍ୟବସାୟ ନେଇ ପାଖରେ କୌଣସି ସ୍ଵିକୃତୀପତ୍ର ନଥିବା ସ୍ଵୀକାର ସ୍ଵୀକାର କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଜଟଣୀ ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରିବା ସହିତ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ।ଅଭିଯୁକ୍ତ ମାନେ ହେଲେ ଦୁର୍ଯୋଧନ ସାହୁ,ବାଲିଛକ ସାହି,ଜଟଣୀ ଓ ସନ୍ତୋଷ ଗୁରୁ,ନିରଞ୍ଜନ ପୂର୍,ଭୋଇ ସାହି ଜଟଣୀ ।ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।
ଜଟଣୀ ରୁ ସାହାବୁଦ୍ଦିନ ଖାଁଙ୍କ ରିପୋର୍ଟ ।
