ପ୍ରସ୍ତୁତି ପଥେ ୩୦୫ ବର୍ଷର ପୁରାତନ ଆଗରପଡ଼ା ଦୁର୍ଗାପୂଜା
ଭଦ୍ରକ :୧୨/୧୦:- ୩୦୫ ବର୍ଷରେ ପଦାର୍ପଣ କରିଥିବା ଆଗରପଡ଼ାର ଐତିହ ସଂପନ୍ନ ଶାରଦୀୟ ଦୁର୍ଗାପୂଜା ପରମ୍ପରାର ପରିଚାୟକ ଥାଇ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଆଗରପଡ଼ାରେ ପୂର୍ବରୁ ମାହାଲ ଓ ମହାଜୀବ ୨ଟି ରାଜ ବଂଶଜ ଏଠାରେ ଏହି ପୂଜା ଆରମ୍ଭ କରିଥିଲେ । ସେହି ପରମ୍ପରା ଓ ସଂସ୍କୃତି ଆଜି ଯାଏ ବଂଚି ରହିଛି । ଏହି ୨ ରାଜବଂଶଜ ସ୍ଥାନୀୟ ବଙ୍ଗାଳୀ ସଂପ୍ରଦାୟ ଲୋକଙ୍କୁ ଜମି ପ୍ରଦାନ କରିଥିଲା। ଏଥିରୁ ଉପାର୍ଜିତ ଅର୍ଥରେ ଏହି ପୂଜା ଆଜି ଯାଏ ପାଳିତ ହୋଇଆସୁଛି ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
