ରୋଟାରୀ ରକ୍ତଦାନ ଶିବିର

ନୟାଗଡ ରୋଟାରୀ କ୍ଲବ ଓ ଶ୍ରୀକୃଷ୍ଣ ଯୁବକ ସଂଘ ଗୋଡିଆଳିର ମିଳିତ ଆନୁକୁଲ୍ୟରେ ଏକ ରକ୍ତ ଦାନ ଶିବିର ଗୋଡିଆଳି ଗ୍ରାମରେ ନୟାଗଡ଼ ରକ୍ତ ଭଣ୍ଡାର ସହାୟତାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିରରେ ମହିଳା ମାନଙ୍କ ରକ୍ତ ଦାନ ପ୍ରତି ଆଗ୍ରହ ସମାଜ ପ୍ରତି ପ୍ରେରଣାଦାୟକ ଥିଲା। ୩୦ ଜଣ ଏହି ରକ୍ତଦାନ ଶିବିରରେ ରକ୍ତ ଦାନ କରିଥିଲେ ।

ଏ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ ରୋଟାରୀ କ୍ଲବର ସଭାପତି ଧୀରେନ୍ଦ୍ର, ଅଧ୍ୟାପକ ରୋଟାରିଆନ ପ୍ରସନ୍ନ ବସନ୍ତିଆ, ରୋଟାରିଆନ ବାସୁଦେବ ସାହୁ, ରୋଟାରିଆନ ଲକ୍ଷ୍ମୀ ନାରାୟଣ ରଥ ଓ ଶୀକୃଷ୍ଣ ଯୁବକ ସଂଘର ଯୁବ ସମାଜସେବୀମାନେ।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼ “ତୀର୍ଥକ୍ଷେତ୍ର”।

Leave a Reply

Your email address will not be published. Required fields are marked *