ଗଣପର୍ବ କାଳୀପୂଜା ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ

**ବ୍ୟାସନଗର ସହରର ଗଣପର୍ବ କାଳୀପୂଜା ପାଇଁ ଯାଜପୁର ରୋଡ଼ ପୋଲିସ ପ୍ରଶାସନ ତରଫରୁ ସ୍ଥାନୀୟ ସେଲିବ୍ରେସନ ମଣ୍ଡପରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ, ତହସିଲଦାର ଦେବାଶିଷ ରାଉତ, ନିର୍ବାହୀ ଅଧିକାରି ନମ୍ରତା ମୋଦି, ପୌର ପରିଷଦର ଉପାଧ୍ୟାକ୍ଷ ସୁବାଷ ଚନ୍ଦ୍ର ବଳ ଓ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଯୋଗଦେଇ ମା କାଳୀପୂଜାର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ l ଏହି ବୈଠକରେ ଟ୍ରାଫିକ, ବିଦ୍ୟୁତ, ପାନୀୟ ଜଳ, ରାସ୍ତା ଓ ପରିମଳ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ଏହି ବୈଠକରେ ୧୬ଟି ପୂଜା କମିଟିର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ଉପସ୍ଥିତ ରହି ପୂଜା ସମୟରେ ଦେଖା ଦେଉଥିବା ନିଜ ନିଜ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ

Leave a Reply

Your email address will not be published. Required fields are marked *