ଗଣିଆ ବଜାର ସଫେଇ କାର୍ଯ୍ୟକ୍ରମ – ସ୍ବଚ୍ଛତା ଅଭିଯାନ

କେନ୍ଦ୍ର ସରକାରଙ୍କ ମୋ ଭାରତ ସଂସ୍ଥା ତରଫରୁ ଗଣିଆ ବଜାର ଅଞ୍ଚଳରେ ଯୁବ ଭାରତ ଆସୋସିଏସନ୍ ଓ ଗଣିଆ ମହାବୀର ବଣିକ ସଂଘ ର ମିଳିତ ଉଦ୍ୟମରେ ଗଣିଆ ବଜାର ସଫେଇ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ମୋ ଭାରତ ସଂସ୍ଥା ର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଥିଲା।ଏହି ସଫେଇ କାର୍ଯ୍ୟକ୍ରମ ଟି ଗଣିଆ ବଜାର ସ୍ଥିତ ପ୍ରଭୁ ଶ୍ରୀ ରାମ ଙ୍କ ମନ୍ଦିର ଠାରୁ ଆରମ୍ଭ ହୋଇ ଗନ୍ଧିଛକ, ଅଟୋଷ୍ଟାଣ୍ଡ, ଦୁର୍ଗା ବଜାର ଏବଂ ତଳ ହାଟ ବଜାର ପର୍ଯ୍ୟନ୍ତ ଚାଲିଥିଲା। ଏହି ସଫେଇ କାର୍ଯ୍ୟକ୍ରମ ରେ ବଜାର ସଫେଇ କାର୍ଯ୍ୟକ୍ରମ କରିବା ସହ ସମସ୍ତ ବ୍ୟବସାୟୀ ମାନଙ୍କୁ ଏଣେ ତେଣେ ଅଳିଆ ନ ପକେଇବା ଓ ଡଷ୍ଟବିନ୍ ରଖିବା ପାଇଁ ସଚେତନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ଯୁବ ଭାରତ ଆସୋସିଏସନ୍ ର ଯୁବ ସ୍ବେଚ୍ଛାସେବୀ ପ୍ରିୟବ୍ରତ ମିଶ୍ର, ଦେବବ୍ରତ ମିଶ୍ର, ତନ୍ମୟ ରଞ୍ଜନ ସାହୁ,ସିଦ୍ଧାର୍ଥ ପରିଡ଼ା, ବାପୁନି ବେହେରା, ସିଦ୍ଧାର୍ଥ ସାହୁ, ସୁଜିତ୍ କୁମାର ଚଣ୍ଡ,ତୁଷାର ମଲ୍ଲିକ ଙ୍କ ସହ ଗଣିଆ ମହାବୀର ବଣିକ ସଂଘ ର ସଭାପତି ଦାଶରଥି ସାହୁ, ଉପସଭାପତି କୁଳମଣୀ ସାହୁ, ସମ୍ପାଦକ ପ୍ରଭାତ କୁମାର ଦାସ, ପୂର୍ବତନ ସଭାପତି ଧନେଶ୍ଵର ଲେଙ୍କା, ଚିତ୍ତରଞ୍ଜନ ସାହୁ, ପ୍ରଦୀପ ମହାପାତ୍ର, ଜଗନ୍ନାଥ ଦାସ, ଅଜୟ କୁମାର ସେଠୀ, ସୁଶାନ୍ତ କୁମାର ସାହୁ, କାବୁଲି ବାରିକ ଆଦି ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼

Leave a Reply

Your email address will not be published. Required fields are marked *