ମଣ୍ଡଳ ସ୍ତରୀୟ ନିପୁଣ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ମଣ୍ଡଳର, ମଣ୍ଡଳସ୍ତରୀୟ ନିପୁଣ ଓଡିଶା କାର୍ଯ୍ୟକ୍ରମ ମଧୁସୁଦନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମରେ ରଘୁନାଥପୁର BEO. ବିଜଯ କୁମାର ସ୍ଵାଇଁ ସଭାପତିତ୍ଵ କରିଥିଲେ ଏବଂ ABEO. ଆଶୁତୋଷ ବାନାର୍ଜୀ,ABEO-com-BRCC ରଜନୀକାନ୍ତ ରାୟ,ଶିକ୍ଷକ ପ୍ରଶିକ୍ଷକ ଶ୍ରୀମତୀ ଜୋସ୍ନାରାଣୀ ଦାଶ,ଅବସର ପ୍ରାପ୍ତ ଶିକ୍ଷକ ବାବାଜୀ ଚରଣ ସାହୁ ଓ ସମସ୍ତ CRCC,ମୌଳିକ ଓ ସଂଖ୍ୟା ଜ୍ଞାନ ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ. ଶ୍ରୀଯୁକ୍ତ ଦିଲୀପ କୁମାର ସ୍ଵାଇଁ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଓ ସ୍ଵାଗତ ଭାଷଣ ଦେଇଥିଲେ. ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନିପୁଣ ଓଡିଶା ମିଶନର ସଙ୍ଗୀତ ପରିବେଷଣ କରିଥିଲେ ତତ୍ପରେ BEO ଓ ଅନ୍ୟ ଅତିଥିମାନଙ୍କ ଦ୍ବାରା ନିପୁଣ ଓଡିଶା ମିଶନର ଲୋଗୋ ଉନ୍ମୋଚନ କରାଯାଇଥିଲା. ସଭାରେ CRCC. ପ୍ରଶାନ୍ତ କୁମାର ରାଉତ,ଶ୍ରୀମତୀ ସୋନା ମହାନ୍ତି,ବିରୂପାକ୍ଷ ସେଠୀ ନିପୁଣ ଓଡିଶା ମିଶନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ. ପ୍ରଧାନ ଶିକ୍ଷକ ରାଜକିଶୋର ଓଝା ଶିକ୍ଷାକ୍ଷେତ୍ରରେ ଆସୁଥିବା ବିଭିନ୍ନ ଆହ୍ଵାନ ଉପରେ ଆଲୋଚନା କରିଥିଲେ. ABEO. ଆଶୁତୋଷ ବାନାର୍ଜୀ,BRCC.ରାଜକିଶୋର ରାୟ,ଶିକ୍ଷକ ପ୍ରଶିକ୍ଷକ ଜୋସ୍ନାରାଣୀ ଦାସ ରଘୁନାଥପୁର ବ୍ଲକ ରେ FLN କାର୍ଯ୍ୟକ୍ରମ କିପରି ସଫଳ ହୋଇପାରିବ ତାହା ଉପରେ ଦିଗଦର୍ଶନ ଦେଇଥିଲେ. BEO. ବିଜଯ କୁମାର ସ୍ଵାଇଁ କହିଥିଲେ ଯେ ଶିକ୍ଷକମାନେ କର୍ତ୍ତବ୍ୟନିଷ୍ଠ ହୋଇ କାର୍ଯ୍ୟ କଲେ ଛାତଛାତ୍ରୀଙ୍କ ଜୀବନ ଆଲୋକିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ. ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ମହାପାତ୍ର,CRCC sk ସମିମ ଉଦିନ ,ସୁକାନ୍ତ କୁମାର ଦ୍ବିବେଦୀ,ତରୁଣ କୁମାର ଜେନା,ନିରଞ୍ଜନ ସାହୁ,ଚର୍ତୁଭୁଜ ନାୟକ ସଭା ପରିଚାଳନା କରିଥିଲେ.ଶେଷରେ ଭାସ୍କର ଚନ୍ଦ୍ର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ. ଜଗତ୍ସିଂହପୁର ଜିଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ।

Leave a Reply

Your email address will not be published. Required fields are marked *