ଘଟଗାଁ ବ୍ଲକ ବିଜୁ ଛାତ୍ର ଜନତା ଦଳର ସଫେଇ କାର୍ଯ୍ୟକ୍ରମ
କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମ ମାନ ହାତକୁ ନିଆଯିବା ପାଇଁ ବିଜେଡି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ଆଜି ମାନ୍ୟବର ଘସିପୁରା ବିଧାୟକ ଶ୍ରୀଯୁକ୍ତ ବଦ୍ରିନାରାୟଣ ପାତ୍ର ନିର୍ଦ୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳ ସଭାପତି ଆଶିଷ ମଣ୍ଡଳ ଙ୍କ ନେତୃତ୍ବରେ ଢେଂକିକୋଟ ବଜାର, ମେଡିକାଲ ଓ ମହାବିଦ୍ୟାଳୟସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଘସିପୁରା ବ୍ଲକ ପୂର୍ଵ ତନ ଚେୟାରମ୍ୟନ ଦେବାଶିଷ ପାତ୍ର, ରତନ ପଲେଇ,ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ବିଜୁ ଛାତ୍ର ଜନତା ଦଳର ଏହି ସାମାଜିକ ସେବା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ।
ରିପୋର୍ଟ- କେନ୍ଦୁଝରରୁ ମନୋଜ କୁମାର ବେହେରା।
