କାମାକ୍ଷାନଗର ଉପଖଣ୍ଡରେ ବିଭିନ୍ନ ଗାଁରେ ଲକ୍ଷ୍ମୀପୂଜା
କାମାକ୍ଷାନଗର: ୨୦/୧୦- ଢେ଼ଙ୍କାନାଳ ଜିଲା କାମାକ୍ଷାନଗର ବିଜ୍ଞାପିତ ଅଂଚଳ ପରିଷଦ ନୁଆଁ ରେକୁଳା ଗାଁରେ ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ଲକ୍ଷ୍ମୀଙ୍କର ପୂଜା କରାଯାଇଛି ।କୋଭିଡ ୧୯ ନିୟମ ଅନୁସାରେ ଭିଡ଼ ନକରି ପୂଜା କରାଯାଉଛି ।ମାଙ୍କର ବିଭିନ୍ନ ରୀତିନୀତି ରେ ପୂଜା ସମାପନ ହେଉଛି ।ସେହିପରି କଙ୍କଡ଼ାହାଡ଼ ବ୍ଲକ୍ କାନ୍ତୋଲ୍ ଗ୍ରାମ ରେ ନିରାଡ଼ମ୍ବର ଭାବେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଛି ଏହା ଆସନ୍ତା ୨୨ତାରିଖ ଯାଏଁ ଚାଲିବ। ପୂଜାରେ ସୁରେଶ ଚନ୍ଦ୍ର ହେନ୍ତାଲିଆ ଓ ରମା ହେନ୍ତାଳିଆ କର୍ତ୍ତା ଓ କର୍ତ୍ତି ଦାୟିତ୍ଵ ତୁଲେଇଛନ୍ତି ।କୋଭିଡ ନିୟମ ଅନୁଆସରେ ପୂଜା କରାଯାଇଛି ।ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ କଙ୍କଡ଼ାହାଡ଼ ଗ୍ରାମରେ ୪୪ ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇ ଯାଇଛି। କଙ୍କଡ଼ାହାଡ଼ ଗ୍ରାମର ନେତାଜୀ ଯୁବକ ସଂଘ ଆନୁକୂଲ୍ୟରେ ଅଜକୁ ୪୪ ବର୍ଷ ଧରି ମହା ଆଡ଼ମ୍ବରରେ ଗଜଲକ୍ଷ୍ମୀ ପୂଜା ପାଳିତ କରାଯାଉ ଅଛି। କିନ୍ତୁ ବିଡ଼ମ୍ବନାର ଓ ପରିତାପର ୨ ବର୍ଷ ହେଲା କରୋଣା ମହାମାରୀ ଚାଲିଥିବାରୁ କରୋନା କଟକଣା ଚାଲି ଥିବାରୁ ସରକାରଙ୍କ କୋଭିଡ୍ ନିୟମ ଅନୁଯାୟୀ ପୂଜା ପାଳିତ ହେଉଅଛି। ସୂଚନା ଯୋଗ୍ୟ ଏହା ପୂର୍ବରୁ ସଂସ୍କୃତି କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକଙ୍କର ଜନ ସମାଗମ ଦେଖିବାକୁ ମିଳି ଥାଏ। ବର୍ତମାନ କଟକଣା ଥିବାରୁ। ଜନ ସମାଗମ ଦେଖିବାକୁ ମିଳୁନାହଁ। ନେତାଜୀ ଯୁବକ ସଂଘର ସଭାପତି ସୁଶାନ୍ତ କୁମାର ସାହୁ ,ସମ୍ପାଦକ ତ୍ରିଲୋଚନ ପଣ୍ଡା , କୋଷାଧ୍ୟକ୍ଷ ମାନସରଞ୍ଜନ୍ ସାହୁ, ଓ ନେତାଜୀ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ମାନେ ଶାନ୍ତି ଶୃଙ୍ଖଳା ଭାବେ ପୂଜା କରିଛନ୍ତି ।ମାଙ୍କର ପୂଜା ୭ ଦିନ ଧରି ଚାଲୁ ରହିବ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର।
