ଛାତ୍ରଛାତ୍ରୀ ବୁଲିଲେ ଐତିହ୍ୟସ୍ଥଳୀ

ପୁରୀ- ତା. ୨୪.୧୦.୨୦୨୧– ସହରର ଛାତ୍ରଛାତ୍ରୀ ମାନେ ବୁଲି ଦେଖିଛନ୍ତି ବିଭିନ୍ନ ଐତିହ୍ୟ ସ୍ଥଳୀ । ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ବଳଗଣ୍ତି ଉଚ୍ଚ ବିଦ୍ୟାଳୟର ୨୦ ଜଣ ଛାତ୍ରଛାତ୍ରୀ ନିଳାଦ୍ରି ବେଳାଭୂମିରୁ ବାହାରି ଐତିହାସିକ ସମ୍ପର୍ଣ୍ଣ ଶଙ୍କରାଚାର୍ଯ୍ୟ ମଠ, ତୋଟା ଗୋପିନାଥ, ବାଉଳି ମଠ, ବିଦୁର ମଠ ଆଦି ବୁଲି ଦେଖିଛନ୍ତି । ଶ୍ରୀ ସିଦ୍ଧାର୍ଥ ଆଚାର୍ଯ୍ୟ ଉକ୍ତ ସ୍ଥାନ ମାନଙ୍କର ମହାତ୍ମ ବିଷୟରେ ଆଲୋକପାତ କରିଥିଲେ । ପୁରୀର ଉନ୍ନତ ଓ ଐତିହ୍ୟପୂର୍ଣ୍ଣ ତଥା ସୁପ୍ତ ପ୍ରାୟ ପ୍ରାଚୀନ ପରମ୍ପରାର ଅନାଲୋଚିତ ଦିଗ ସଂପର୍କରେ ଜିଜ୍ଞାସା ସୃଷ୍ଟି କରିବାକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ତତ୍ତ୍ବାବଧାନରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ହେରିଟେଜ ରାଇଡରେ ବିଭିନ୍ନ ବର୍ଗଙ୍କୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ସାମିଲ କରାଯାଉଛି। ଏଥିସହ ଜିଲ୍ଲା ପ୍ରଶାସନ, ଇନର ହ୍ବିଲ କ୍ଲବ ଏବଂ ଇକୋ ଟ୍ୟୁରିଜିମ୍ ଫାଉଣ୍ଟେନସନ ପକ୍ଷରୁ ଆଭା ବରିଷ୍ଠ ନାଗରିକ ଆବାସର ୨୫ ଜଣ ଅନ୍ତେବାସୀଙ୍କୁ ବଡ ଓଡିଆ ମଠ, ଗଙ୍ଗାମାତ ମଠ, ଶଙ୍କରେଶ୍ବର ଓ ଓଁକାରେଶ୍ବର ମନ୍ଦିର ଦର୍ଶନ କରିଥିଲେ । ଏଥିପାଇଁ ପ୍ରଶାସନ ପକ୍ଷରୁ ୪ଟି ଗଲ୍ଫ କାର୍ଟର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ବଳଗଣ୍ତି ହାଇସ୍କୁଲ ଶିକ୍ଷକ ଶ୍ରୀମତୀ ମିନାକ୍ଷୀ ମିଶ୍ର, ଇକୋ ଟ୍ୟୁରିଜିମ କ୍ଲବର ପ୍ରତିଷ୍ଠାତା ଶ୍ରୀ ଯୁଗବ୍ରତ କର, ଶ୍ରୀ ଶାନ୍ତିରଞ୍ଜନ ମିଶ୍ର, ଶ୍ରୀ ସୁଶାନ୍ତ ପାତ୍ର, ଶ୍ରୀ ସତ୍ୟବ୍ରତ ସାହୁ, ଶିକ୍ଷକ ଶିକ୍ଷୟିତ୍ରୀ, ଇନର ହ୍ବିଲ ସୁଖଜିତ ସିଦ୍ଧୁ, ସଂପାଦକ ଶ୍ରୀମତୀ ସରିତା ମିଶ୍ର, ଜ୍ୟୋତିର୍ମୟୀ ଦାଶ, ସୁଜାତା ପାତ୍ର, ମିନାକ୍ଷୀ ବାହିନୀପତି, ଗୀତା ଚୌଧୁରୀ, ଅଳକାନନ୍ଦ ପୁନମ୍ ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *