ଜୀବିକାର ନୂତନ ପରିଚୟ ଦେଉଛି ମାଣ୍ଡିଆ
ରାଜ୍ୟ ତଥା ଦେଶରେ ମିଲେଟ ଜାତୀୟ ଖାଦ୍ୟର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।ସାଧାରଣ ଜନତା ମଧ୍ୟରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଖାଇବା ପାଇ ଆଗ୍ରହ ପ୍ରକାଶ ପାଇବାରେ ଲାଗିଛି । ବିଭିନ୍ନ ପ୍ରକାର ସରକାରୀ ସହାୟତା ପାଇ ଓଡ଼ିଶାର ମହିଳାମାନେ ମଧ୍ୟ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ବିକ୍ରି କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଫଳରେ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହିତ ଆର୍ଥିକ ସ୍ବଚ୍ଛଳ ହୋଇପାରୁଛନ୍ତି । ଆଈ ଡି ବି ଆଈ ବ୍ୟାଙ୍କର CSR ସହାୟତାରେ ଇ ଡି ଆଈ ଆଈ ଦ୍ଵାରା ପରିଚାଳିତ ରାଇଜ ପ୍ରୋଜେକ୍ଟ ଅଧୀନରେ ୧୮ଦିନ ତାଲିମ ନେଇ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥା ନିରନ୍ତର ଖାଇବା ଦିଗରେ ଏକ ପ୍ରେରଣାଦାୟକ ପଦକ୍ଷେପ ନେଇ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଗ୍ରାମର ମହିଳାମାନେ ମିଲେଟ୍ ଉତ୍ପାଦର ଏକ ସ୍ବତନ୍ତ୍ର ବିକ୍ରୟ ଆରମ୍ଭ କରିଛନ୍ତି | ଏହି ପରିପ୍ରେକ୍ଷିରେ ମିଲେଟ-ଆଧାରିତ ସୁପୁ , ମିଠା, ବେକେରୀ ସାମଗ୍ରୀ ପ୍ରସ୍ତୁତ କରିବା ପରେ ଟିକିର ହାଟରେ ବିକ୍ରି କରୁଛନ୍ତି ।ଏହି ପ୍ରାଚୀନ ଶସ୍ୟର ପୁଷ୍ଟିକର ଲାଭକୁ ଆହୁରି ଅଧିକ ଲୋକାଦୃତ କରିବା ସହିତ ଅଧିକ କର୍ମ ନିଯୁକ୍ତି ସୃଷ୍ଟି ପାଇଁ ଉଦ୍ୟମ କରା ଯାଉଛି ବୋଲି ଏହି ପ୍ରକଳ୍ପର ସଂଯୋଜକ ତାରିଣୀ ଚରଣ ସାହୁ କହଛନ୍ତି।
କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର
