ଝୋଟି ପ୍ରତିଯୋଗିତା ଅନୁଷ୍ଠିତ

ପୁରୀ ୧୮/୧ ଚଳିତ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ମହିଳା ମାନଙ୍କ ମଧ୍ୟରେ ଏକ ଝୋଟି ପ୍ରତିଯୋଗିତା ଆଜି ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା।ମହିଳା ମାନଙ୍କ ମଧ୍ୟରେ ପ୍ରତିଭା ରହିଛି ଓ ଏହାର ପରିପ୍ରକାଶ ପାଇଁ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା।ଏହି ପ୍ରତିଯୋଗିତାରେ ୪୪ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ପ୍ରତିଯୋଗିତାରେ ଜଲି ସାହିର ଲିପି ବେହେରା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ମାଟିଆପଡାର ରେବତୀ ବେହେରା ଦ୍ୱିତୀୟ,ବାସେଳୀ ସାହିର ଛବିରାଣୀ ମିଶ୍ର ଓ ତ୍ରିନାଥ ନଗରର ରୋମ୍ୟା ଅନ୍ୟଶା ମହାନ୍ତି ତୃତୀୟ ସ୍ଥାନ ହାସଲ କରିଥିଲେ।କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ପ୍ରୋଗ୍ରାମ ଅଫିସର ଚନ୍ଦ୍ର ପ୍ରଭା ଦେଇ, ପ୍ରୋଜେକ୍ଟ ଅଧିକାରୀ ତଥା ପ୍ରୋଟେକ୍ସନ ଅଧିକାରୀ ସୁହାଗୀ ହେମ୍ବ୍ରମ,ପୁରୀ ସଦର ସିଡିପିଓ ଗୀତାଞ୍ଜଳି ନାୟକ ,ପୁରୀ ମୁନିସିପାଲ୍ଟି ସିଡିପିଓ ବିନୋଦିନୀ ତ୍ରିପାଠୀ, ସୁପରଭାଇଜର ବାଲ୍ୟବତୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଓ ସମାଜ କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟାଳୟ ର କର୍ମଚାରୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *