ସୋରଡ଼ା ବ୍ଲକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ମାସିକ ସମ୍ମିଳନୀ ଉଦ୍ଘାଟିତ
ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକର ଗୋଶିକ୍ଷା ଅଧୀନରେ ଥିବା ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କ ମାସିକ ସମ୍ମେଳନ ଗେଞ୍ଜା ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି । ଏହି ବ୍ଲକର ପ୍ରତ୍ୟକ ଉଚ୍ଚ ବିଦ୍ୟାଳୟର ଏହି ଶିବିରରେ ପରିଚାଳନା କମିଟି ଓ ସମ୍ପୃକ୍ତ ଶିକ୍ଷକ ସମନ୍ୱୟ ଦ୍ୱାରା ଛାତ୍ରଛାତ୍ରୀଙ୍କ ଶାରୀରିକ ମାନସିକ ଓ ବୌଦ୍ଧିକ ବିକାଶ ଉପରେ ଅଲୋଚନା କରାଯାଇଥିଲା । ସୋରଡା ଗୋଷ୍ଠୀଶିକ୍ଷାଅଧୀନରେ ଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରିୟଦର୍ଶୀନୀ ନାୟକ,ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତି ସୁଶିଳା ପାତ୍ର,ବିଜୟ କୁମାର ମଣ୍ଡଳ ,ବିଦ୍ୟାଳୟର ସଭାପତି ନାରାୟଣ ଗୌଡ଼,ଶିକ୍ଷ୍ୟବିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଅବସର ପ୍ରାପ୍ତ ଶିକ୍ଷକ ଯଦୁମଣି ତରାଇ, ସୁଶାନ୍ତ କୁମାର ପାଢ଼ୀ ପ୍ରମୁଖ ମଞ୍ଚସିନ ହୋଇ ଅଂଶ କରିଥିଲେ ।

ବିଦ୍ୟାଳୟ ମାନଙ୍କୁକୁ ଆସୁଥିବା ସରକାରୀ ଅନୁଦାନକୁ କମିଟି ସଠିକ ରୂପେ ବ୍ୟବହାର କରିବା ଓ ନୂତନ ଛାତ୍ର ଓ ଛାତ୍ରୀ ଙ୍କୁ ବିଦ୍ୟାଳୟ କୁ ଆଣିବା ବିଦ୍ୟାଳୟ ର ପରିବେଶ କୁ ସଫା ଓ ସୁନ୍ଦର କରିବା ଏହିପରିପ୍ରେକ୍ଷୀରେ ଆଲୋଚନା କରାଯାଇଥିଲେ ।ବଡ଼ବଡାଙ୍ଗୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଶ୍ରୀ କୈଳାସ ଚନ୍ଦ୍ର ସାହୁ ସଞ୍ଚାଳନ କରିଥିଲେ।ବିଦ୍ୟାଳୟର ଶିକ୍ଷକ ମାନଙ୍କ ସହିତ ପରିଚାଳନା କମିଟିର ସଭ୍ୟମାନେ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେହିପରି ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅରସୁଲୁ ସେଠିଙ୍କ ଦ୍ଵାରା ଏହି ଦୁର୍ଗମ ଅଞ୍ଚଳରେ ଶିକ୍ଷା ପରିବେସ୍ଟନୀ ଓ ସହାୟକ ଶିକ୍ଷକ ମାନଙ୍କ ଶିକ୍ଷା ପଦ୍ଧତି, ବିଦ୍ୟାଳୟର ସ୍ବଛତା,ପରିଛନ୍ନତା ସହ ବର୍ତ୍ତମାନର ସମୟରେ ନୂତନ ଶିକ୍ଷା ପଦ୍ଧତି ।ଏହାର ମୁକାବିଲା ସହ ଅର୍ଥର ସଠିକ ପରିଚାଳନା ବିଷୟରେ ଵୁଝାଈଥିଲେ।ଏବଂ ଅଧିକାରୀ ମାନେ ବିଦ୍ୟାଳୟ ପରିବେସ୍ଟନି ବୁଲି ଦେଖି ଖୁସି ବ୍ୟକ୍ତ କରିବା ସହିତ ଏହି ଦୁର୍ଗମ ଅଞ୍ଚଳରେ ଉଚ୍ଚ ମାଧ୍ୟମିକ ଶିକ୍ଷ୍ୟ।ର ଆବଶ୍ୟକତାକୁ କମିଟି ସଦସ୍ୟ ଦୋହରାଇଥିବା ବେଳେ ସଦ୍ୟ ଅବସର ନେଇଥିବା ଶ୍ରୀ ପାଢ଼ୀଙ୍କୁ ଅଵସର କାଳୀନ ଉପଢୌକନ ଓ ଉପହାର ଆଦି ପ୍ରଦାନ କରିଥିଲେ।
