ବାଫ୍ଲାମାଳି ଖଣି ପ୍ରଭାଭିତ ଅଞ୍ଚଳ ବାସି ଙ୍କୁ ଉତ୍କଳ ଆଲୁମିନା କମ୍ପାନୀ ଝୁଲମ
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦରାଗୁଡା ଠାରେ ଗଢି ଉଠିଥିବା କମ୍ପାନୀ ଉତ୍କଳ ଆଲୁମିନା କାରଖାନା ବିରୋଧ ରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି। ଦୀର୍ଘ ଦିନ ଧରି ଦାବୀ କରିଆସୁଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ଜାଣିଶୁଣି ନିରୋବଦ୍ରଷ୍ଠା ସାଜିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରି କୋଡିପାରୀ ଜିପି ଜୋଗୀପାରୀ ତୁଣ୍ଡା ଗ୍ରାମ ର ପ୍ରାୟ ୨୫୦ ରୁ ଉର୍ଦ୍ଧ ପରିବାର ଲୋକେ ଆଜିକୁ ଦୁଇ ସପ୍ତାହ ପାଖାପାଖି ହେବ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ କରି କମ୍ପାନୀ ରାସ୍ତା ଅବରୋଧ କରିଛନ୍ତି ଏବଂ ଇଣ୍ଟେକ ପାଣି ଟାଙ୍କି କୁ ପାଣି ଯୋଗାଉଥିବା ନଦୀକୁ ଅବରୋଧ କରି ବିପରୀତ ଦିଗରେ ପ୍ରଭାହିତ କରିଥିବା ଦେଖିବାକୁ ମିଳିଛି।ଇଣ୍ଟେକ ପାଣି ଟ୍ୟାଙ୍କ ନିକଟରେ ବୃଦ୍ଧ, ବୃଦ୍ଧା, କୁନି କୁନି ପିଲାଛୁଆ ଙ୍କ ସହ ହାଡଭାଙ୍ଗା ସିତ ରେ ଅହରହ ସଂଘର୍ଷ ରେ ରାତ୍ରି ଜାପାନ କରି ଦାବୀ ପୂରଣ ପାଇଁ ଅଡିସୀଛନ୍ତି ଏବଂ ପାଣିକୁ ସମ୍ପୂର୍ଣ ଅବରୋଧ କରିଛନ୍ତି।

ମୁଖ୍ୟ ବିଷୟ ହେଲା ଏହି ଗ୍ରାମ ଖଣି ଖନନ ମାଇନ୍ସ ଠାରୁ ମାତ୍ର ୩ କିଲୋମିଟର ବ୍ୟବଧାନ ରେ ଅବସ୍ଥିତ। ଗ୍ରାମ ମଧ୍ୟ ଦେଇ କମ୍ପାନୀ ର ମୁଖ୍ୟ ସଡ଼କ ଓ କନଭେର ବେଲ୍ଟ ଯାଇଅଛି। କିନ୍ତୁ ଦୀର୍ଘ ବର୍ଷ ହେବ କାହାରିକୁ କମ୍ପାନୀ ରୋଜଗାର କିମ୍ବା ପାରିପାର୍ଶ୍ଵିକ ବିକାଶ ଦିଗରେ ସମ୍ପୂର୍ଣ ଅବହେଳିତ କରିଛି ବୋଲି ଲୋକେ ପ୍ରକାଶ କରିଛନ୍ତି। ସମ୍ପୃକ୍ତ ଘଟଣା ସମ୍ପର୍କ ରେ ଉପସ୍ଥିତ ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥିବା କାଶୀପୁର ତହସିଲଦାର ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ଉକ୍ତ ସ୍ଥାନରେ କାଶୀପୁର ଓ ଅଣ୍ଡିରାକଞ୍ଚ ଥାନା ଅଧିକାରୀ ଏବଂ କମ୍ପାନୀ କତୃପକ୍ଷ ଉପସ୍ଥିତ ଥିଲେ। ଏହିଭଳି ପ୍ରଶାସନିକ ଅଧିକାରୀ ଓ କମ୍ପାନୀ କତୃପକ୍ଷ, ଲୋକଙ୍କ ଦାବୀ ସମୂହ ସମାଧାନ ପାଇଁ ଚେଷ୍ଟା କରୁଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସମାଧାନ ର ବାଟ ଫିଟି ନ ଥିବା ଦେଖିବାକୁ ମିଳିଛି।
କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ
