ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କୁ।
ଫୁଲବାଣୀ:ନିପ୍ର:-୧୮/୦୧ ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ପାନୀୟ ଜଳ ବିଭାଗ ମନ୍ତ୍ରୀ ମାନ୍ୟବର ରବି ନାଏକ ଙ୍କ ଦିନିକିଆ କନ୍ଧମାଳ ଗସ୍ତରେ ଆସିଥିବା ବେଳେ ଫୁଲବାଣୀ ସର୍କିଟ ହାଉସରେ ପହଞ୍ଚି ଦଳୀୟ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କଲାପରେ ଜିଲ୍ଲା କୁଇ ସମାଜ ପକ୍ଷରୁ ପ୍ରଥମ ଥର ପାଇଁ ଫୁଲବାଣୀ କରନେସନ୍ ପଡ଼ିଆରେ ଆୟୋଜିତ ଏକ ଫୁଟବଲ୍ କ୍ରୀଡ଼ା ପ୍ରତି ଯୋଫିତାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳକୁ ଉଦଘାଟନ କରିଥିଲେ। ଏହି ଅବସରରେ ଜିଲ୍ଲାର ସମିତିସଭ୍ୟ/ସଭ୍ୟା ମହାସଂଘ ପକ୍ଷରୁ ଜିଲ୍ଲା ସଭାପତି ବୈଦ୍ୟନାଥ ବେହେରା ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମନ୍ତ୍ରୀଙ୍କୁ ସମିତିସଭ୍ୟ/ସଭ୍ୟା ଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ୧୨ ଦଫା ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।୧- ସାମ୍ବିଧାନିକ ସୁପାରିଶ ଅନୁସାରେ ପ୍ରତ୍ୟେକ କ୍ଷେତ୍ରରେ ସମିତିସଭ୍ୟଙ୍କୁ ସ୍ବାକ୍ଷର କ୍ଷମତା ଦିଆଯାଉ। ୨-ସମିତିସଭ୍ୟ ମାନଙ୍କ ପାଇଁ ଜୀବନ ବୀମା ସହିତ ୫ବର୍ଷ ଅବଧି ସରିଲା ପରେ ବିଧାୟକ ଓ ସାଂସଦ ଙ୍କ ଭଳି ପେନସନର ବ୍ୟବସ୍ଥା କରାଯାଉ।୩- ପଞ୍ଚାୟତର ସମସ୍ତ କାର୍ଯ୍ୟ ସମିତିସଭ୍ୟ/ସଭ୍ୟା ମାନଙ୍କ ଜାଣତରେ ଓ ଅନୁମୋଦନ ରେ କରାଯାଉ।୪- ପ୍ରତି ପଂଚାୟତ କାର୍ଯ୍ୟାଳୟ ରେ ଲୋକଙ୍କ ଆପତ୍ତି, ଅଭିଯୋଗ ଶୁଣିବା ପାଇଁ ସମିତିସଭ୍ୟ/ସଭ୍ୟାଙ୍କ ପାଇଁ ପଞ୍ଚାୟତରେ ଏକ ଗୃହର ବ୍ୟବସ୍ଥା କରାଯାଉ।

୫- ପଞ୍ଚାୟତ ସମିତିକୁ ଆସୁଥିବା ସମସ୍ତ ଅନୁଦାନ କାର୍ଯ୍ୟ ସମିତିସଭ୍ୟ/ସଭ୍ୟା ଙ୍କ ପ୍ରସ୍ତାଵରେ ଓ ସମିତି ବୈଠକର ଅନୁମୋଦନରେ କରାଯାଉ।୬- ଏମ ଏଲ ଏ / ଏମ ପି ଲାଡ଼ ଭଳି ସମିତିସଭ୍ୟ ଲାଡ଼ ପାଣ୍ଠି ସୃଷ୍ଟି କରାଯାଇ ବାର୍ଷିକ ପ୍ରତି ପଞ୍ଚାୟତକୁ ୨୦ ଲକ୍ଷ ଦିଆଯାଉ।୭- ପଞ୍ଚାୟତ ହେଉ କି ପଞ୍ଚାୟତ ସମିତି ଯେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କୁ ନେଇ ଯାହା ପତ୍ର ଆସୁଛି ସେଥିରୁ ଗୋଟିଏ ଗୋଟିଏ ନକଲ ସମିତିସଭ୍ୟ/ ସଭ୍ୟା ମାନଙ୍କୁ ବାଧ୍ୟତାମୂଳକ ଦିଆଯାଉ। ୮- ଯେହେତୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ସମିତିସଭ୍ୟ ମାନଙ୍କ ଦ୍ୱାରା ଚୟନ କରାଯାଉଛି ,ସମିତି ସଭ୍ୟମାନଙ୍କୁ ସ୍ଥାୟୀ ସଦସ୍ୟ କରାଯାଇ ଅନାସ୍ଥା ପ୍ରସ୍ତାବ ଆଗତ ଭଳି କାର୍ଯ୍ୟରେ ସରପଞ୍ଚ ମାନଙ୍କର ଅଂଶ ଗ୍ରହଣକୁ ବାଦ ଦେବା ପାଇଁ ବିଧାନସଭା ରେ ପ୍ରସ୍ତାବ ଅଣାଯାଇ ସଂଶୋଧନ କରାଯାଉ।୯- ପଞ୍ଚାୟତ ସମିତି ପଞ୍ଚାୟତ ର ଉପର ସଦନ ହୋଇଥିବାରୁ ସମିତିସଭ୍ୟ ମାନଙ୍କର ସମ୍ମାନ କ୍ଷୁର୍ଣ୍ଣ କରା ନ ଯାଇ ମାସିକ ଭତ୍ତାକୁ ପୂର୍ବ ଭଳି ସମାନ କରାଯାଇ ୯୫୦୦ ପରିବର୍ତ୍ତେ ସରପଞ୍ଚଙ୍କ ଭଳି ସମାନ କରାଯାଉ। ଉପାଧ୍ୟକ୍ଷ/ଉପାଧ୍ୟକ୍ଷା ମାନଙ୍କର ଭତ୍ତା କୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ଭତ୍ତା ପରି କରାଯାଉ ।୧୦-ସରପଞ୍ଚ ଙ୍କ ଭଳି ସମିତିସଭ୍ୟ/ସଭ୍ୟା ମାନଙ୍କୁ ସମାନ କ୍ଷମତା ଦିଆଯାଉ।୧୧-ପଞ୍ଚାୟତ ସମିତି ବୈଠକ ପ୍ରତି ୨ ମାସରେ ଥିବା ନିୟମକୁ କଡ଼ାକୁଡ଼ି କରାଯିବା ସହିତ ଷ୍ଟାଣ୍ଡିଙ୍ଗ କମିଟି କୁ କାର୍ଯକାରୀ କରାଜାଉ। ଏହି ସବୁ ଦାବି ଗୁଡ଼ିକ ପୂରଣ କରା ନ ଗଲେ ରାଜ୍ୟର ୩୦ ଜିଲ୍ଲା ଓ ୩୧୪ ବ୍ଲକର ସମିତିସଭ୍ୟ/ସଭ୍ୟା ପୂର୍ବ ସରକାର ସମୟରେ ଯେମିତି ଆନ୍ଦୋଳନକୁ ଓହ୍ଲାଇ ଭୁବନେଶ୍ୱର ରୋଇଲ ପି.ଏମ.ଜି ଠାରେ ଧାରଣା ଦେବାକୁ ବାଧ୍ୟ ହେବେ।ଏ ନେଇ ପ୍ରତ୍ୟେକ ଜିଲ୍ଲାରେ ପ୍ରସ୍ତୁତି ମଧ୍ୟ ସରିଛି ବୋଲି ମହାସଙ୍ଘ ସଭାପତି ଶ୍ରୀ ବେହେରା ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ହେଲେ ନୂଆ ସରକାର କେବେ ଏହି ସବୁ ଦାବି ଗୁଡ଼ିକ ପୂରଣ କରୁଛନ୍ତି ତାହା କେବଳ ଦେଖିବାରେ ବାକି ରହିଲା।
