ସମ୍ମାନୀୟ ଗଣମାଧ୍ୟମ ପ୍ରତିନିଧି ଆପ୍ ସାଂସଦ ଏବଂ ଓଡ଼ିଶା ପ୍ରଭାରୀ ଶ୍ରୀଯୁକ୍ତ ସଂଜୟ ସିଂ ଙ୍କ ପୁରୀ ଗସ୍ତ

ପୁରୀ:୨୮/୧୦:- ଆଜି ଆପ୍ ସାଂସଦ ଏବଂ ଓଡ଼ିଶା ପ୍ରଭାରୀ ଶ୍ରୀଯୁକ୍ତ ସଂଜୟ ସିଂ ପୁରୀ ଆସି ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଦେଶ ବାସୀଙ୍କର ମଙ୍ଗଳ କାମନା କରିଥିଲେ । ତାଙ୍କ ସହ ଆପ୍ ଓଡ଼ିଶା ସମ୍ପାଦକ ସୌମ୍ୟ ସ୍ୱାଇଁ , ଡ଼ା ସରୋଜ ରଥ , ପୁରୀ ଜିଲ୍ଲା ଆବାହକ ସଞ୍ଜୀବ ମହାନ୍ତି ଏବଂ ଜିଲ୍ଲା ସମ୍ପାଦକ ବଶିଷ୍ଠ ରଥ ମନ୍ଦିର ଯାଇଥିଲେ । ଏହାପରେ ସାଂସଦ ସଂଜୟ ସିଂ ଭକ୍ତ ସାଲବେଗ ପୀଠରେ ଆମ୍ ଆଦମୀ ପାର୍ଟିର ପୁରୀ ଜିଲ୍ଲା କାର୍ଯ୍ୟକର୍ତ୍ତା ଙ୍କ ସହ ଆଗାମୀ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଏବଂ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକ୍ତ ନିରାବିଛିନ୍ନ ବିଜୁଳି ଯୋଗାଇବା , ଦେୟମୁକ୍ତ ଉନ୍ନତ ଶିକ୍ଷା , ଦେୟମୁକ୍ତ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇବା ଦାବି କୁ କିପରି ପଲ୍ଲୀ ଠୁ ସହର ଘରେ ଘରେ ଆପ୍ ପହଞ୍ଚେଇବ ଆଲୋଚନା କରିଥିଲେ । ଏହି ବୈଠକରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସଂଜୟ ସିଂ ସହ ଓଡ଼ିଶା ଟିମ୍ ରୁ ରାଜ୍ୟ ସମ୍ପାଦକ ସୌମ୍ୟ ସ୍ୱାଇଁ , ଡା ସରୋଜ ରଥ , ଦେବାଶିଷ ମହାପାତ୍ର , ସୁଶାନ୍ତ ପ୍ରଧାନ , ଧନେଶ୍ଵର ପରିଡ଼ା ଏବଂ ଆପ୍ ପୁରୀ ଜିଲ୍ଲା ଆବାହକ ସଞ୍ଜୀବ କୁମାର ମହାନ୍ତି , ବଶିଷ୍ଠ ରଥ (ଜିଲ୍ଲା ସମ୍ପାଦକ ) ,ପବିତ୍ର ମୋହନ ଦଳାଇ (ସାମାଜିକ କର୍ମୀ) ,ସମୀର ସାମନ୍ତରାୟ (ଜିଲ୍ଲା ମିଡିଆ ସଂଯୋଜକ) , ଅନିଲ କୁମାର ସେନାପତି( ପୌର ପାଳିକା ଅଧକ୍ଷ) , ସତ୍ୟଜିତ ମହାନ୍ତି (ଜିଲ୍ଲା ସାମାଜିକ ମିଡିଆ ଅଧକ୍ଷ) , ,ଅଭିଷେକ ପାଣିଗ୍ରାହୀ(ଜିଲ୍ଲା କୋଷାଧ୍ୟକ୍ଷ),ରୁଦ୍ର ପଢ଼ିଆରି (ଆମ୍ ଆଦମୀ ପାର୍ଟି ଯୁବ ସଂଗଠକ ) ,ଏମ ଏ ଖାନ୍ (ଜିଲ୍ଲା ଲିଗାଲ ସେଲ୍ ଅଧ୍ୟକ୍ଷ ) ,ପ୍ରକାଶ ପ୍ରଧାନ ,ପ୍ରଦୀପ୍ତ ନାୟକ ,ବିରଜା ପ୍ରସାଦ ନାଥ , ଦେବ ପଧାନ ,ଆକାଶ ପଟ୍ଟନାୟକ ,ଶିଶିର ପାଢ଼ୀ ,ସତ୍ୟ ପଟ୍ଟନାୟକ ,ଆଦିତ୍ୟ ,ସନ୍ତୋଷ, ରବିନାରାୟଣ ଦାସ ,କାର୍ତ୍ତିକ ଏବଂ ପୁରୀ ସହରର ଅନେକ ବୁଦ୍ଧିଜୀବି ଓ ସାମାଜିକ କର୍ମୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *