ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ

ସୋରଡ଼ା,: ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ସ୍ଥାନୀୟ ବ୍ଳକ କନଫେରେନ୍ସ ହଲରେ ଜାତୀୟ ଦିବସ ପାଳନ କମିଟି ଅଧକ୍ଷ ତଥା ସୋରଡ଼ା ତହସିଲ ଦାର୍ ଆକାଶ ରଂଜନ ସାହୁଙ୍କ ସଭାପତିତ୍ୱରେ ବୁଧବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀ, ଅଳ୍ପ ସଂଖ୍ୟକ ସାମ୍ବାଦିକ,ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ,ପୋଲିସ ପ୍ରଶାସନର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସଂଗଠନ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ। ବୈଠକରେ କମିଟି ସଭାପତିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ, ସମବେତ ପ୍ୟାରେଡ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ ବିଷୟରେ ଆଲୋଚ଼ନା ହୋଇଥିବା ସୂଚ଼ନା ମିଳିଛି । ତେବେ ଏହି ଜାତୀୟ ଦିବସ ପାଳନ ପ୍ରସ୍ତୁତିି ବୈଠକର ବିଳମ୍ଵତା, ସ୍ଥାନ ପରିବର୍ତ୍ତନ ଦୃଷ୍ଟିଗୋଚର ହୋଇଥିବା ବେଳେ ସୋରଡାର ସକ୍ରିୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସଂପୂର୍ଣ୍ଣ ଭାବେ ଉପେକ୍ଷା କରାଯିବା ଏବଂ ବୈଠକରେ ଅଂଶ ଗ୍ରହଣ ପାଇଁ ନ ଡ଼ାକିବା ସାଧାରଣରେ ଚର୍ଚ୍ଚା ହୋଇଛି। ଏପରିକି ଜାତୀୟ ଦିବସ ପାଳନ କମିଟି ଅଧ୍ୟକ୍ଷ , କେଉଁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଗୋପନ ରଖିବା ନେଇ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉପେକ୍ଷା କରିଛନ୍ତି ତାହା ସନ୍ଦେହ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *