ଭଦ୍ରକ ବ୍ଲକ୍ ରେ ମିଳିତ ଜନଶୁଣାଣି ଶିବିର
ଭଦ୍ରକ ବ୍ଲକ୍ ରେ ମିଳିତ ଜନଶୁଣାଣି ଶିବିର
୭୨ ଅଭିଯୋଗ ଆଗତ,୧୯ ହଜାର ଟଙ୍କା ସହାୟତା ପ୍ରଦାନ
ଭଦ୍ରକ, ତା ୨୭.୧.୨୫ । ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଜନଶୁଣାଣି ଶିବିର ଭଦ୍ରକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଅଛି।ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତ୍ ରାଏ ଓ ଏସ ପି ମାଡକର ସନ୍ଦୀପ ସମ୍ପ ତ ଏଥି ରେ ଯୋଗ ଦେଇ ସମୁଦାୟ ୭୨ ଟି ଅଭିଯୋଗ ଶୁଣିଥିଲେ ।

ସେଥି ମଧ୍ୟରେ ୫୫ ଟି ବ୍ୟକ୍ତିଗତ,୧୨ ଟି ସାମୂହିକ,୫ ଟି ରେଡକ୍ରସ ସମ୍ବନ୍ଧୀୟ ଅଭିଯୋଗ ଥିଲା । ୧୬ ଟି ଅଭିଯୋଗ ର ତତକାଳ ସମାଧାନ କରାଯାଇଥିଲା । ରେଡକ୍ରସ ସମ୍ବନ୍ଧୀୟ ୫ ଜଣ ଆବେଦନ କାରୀ ଙ୍କୁ ସମୁଦାୟ ୧୯ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ମଞ୍ଜୁର କରିଥିଲେ ।ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ସୁଧାଂଶୁ ଶେଖର ବଳ,ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ ପ୍ରମୁଖ ଏହି ଶିବିର ରେ ଯୋଗ ଦେଇଥିଲେ । ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତ ରହି ଜନାଭିଯୋଗର ସମାଧାନ ପାଇଁ ଜିଲ୍ଲାପାଳ ଙ୍କ ଆବଶ୍ୟକ ମତେ ତଥ୍ୟ ଉପସ୍ଥାପନ କରିଥିଲେ ।
