ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ “ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ” ଆୟୋଜିତ

ମାଲକାନଗିରି : ୩୧/୧୦– ମାଥିଲି ବ୍ଲକ ଅନାର୍ଗତ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଏବଂ ନେହେରୁ ଯୁବ କେନ୍ଦ୍ର ର ମିଳିତ ଆନୁକୁଲ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କୁ ମାଲକାନଗିରି ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏ ନ .ଏ ସ୍ ଏ ସ ର ଜିଲ୍ଲା ସଂଯୋଜିକ।,ଶ୍ରୀମତୀ ନମିତା ଦଣ୍ଡସେନା ଏବଂ ଅବସର ପ୍ରାପ୍ତ ଅଧ୍ୟାପକ ଡଃ ସରୋଜ କୁମାର ଦାଶ ଅତିଥି ରୂପେ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଂକୁ ସ୍ୱଚ୍ଛ ଭାରତ ଓ ପରିବେଶ ସଂପର୍କରେ ବୁଝାଇ ଥିଲେ।ଏହାପରେ ସ୍ବେଛାସେବୀ ମାନେ ମହାବିଦ୍ୟାଳୟ ପରିସର ସଫା କରି ପ୍ଲାଷ୍ଟିକ ବର୍ୟବସ୍ତୁ ଗୁଡ଼ିକୁ ନେହେରୁ ଯୁବ କେନ୍ଦ୍ର କର୍ତ୍ତୃପକ୍ଷ ଙ୍କୁ ହସ୍ତାନ୍ତର କରିଥିଲେ।ଏଥିସହ ସେମାନେ ନିକଟସ୍ଥ ପୋଷ୍ୟ ଗ୍ରାମକୁ ଯାଇ ଗ୍ରାମବାସୀ ମାନଙ୍କୁ ସ୍ୱଚ୍ଛତା ସଂପର୍କରେ ଅବଗତ କରାଇ ସଫେଇ କାର୍ଯ୍ୟ କରିଥିଲେ।ମହାବିଦ୍ୟାଳୟର +୨ ଅଧ୍ୟକ୍ଷ,ଶ୍ରୀ ସୁବ୍ରତ କୁମାର ଭଦ୍ରା, ଓ +୩

ର ଅଧ୍ୟକ୍ଷ। ଶ୍ରୀମତୀ ନିଳୀମା ମହାନ୍ତି ଏବଂ ଅନ୍ୟାନ୍ୟ ଅଧ୍ୟାପକ/ ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଂକୁ ଉତ୍ସାହିତ କରି ଥିଲେ।ସଂପୂର୍ଣ୍ଣ କାର୍ଯ୍ୟକ୍ରମ ଟିକୁ ପ୍ରୋଗ୍ରାମ ଅଫିସର ଶ୍ରୀମାନ ସ୍ନେହସିଶ ସାହୁ ପରିଚାଳନା କରିବା ସହ ପ୍ରେରଣା ପ୍ରଦାନ କରି ଥିଲେ।

Leave a Reply

Your email address will not be published. Required fields are marked *