ଶ୍ରାବଣ ମାସର ଶେଷ ସୋମବାରରେ ପୁରୀରେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି
ଶ୍ରାବଣ ମାସର ଶେଷ ସୋମବାରରେ ପୁରୀରେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି ଜଳାଲାଗି ନୀତି*ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ଅବସରରେ ପୁରୀ ସ୍ଥିତ ଶ୍ରୀ ଲୋକନାଥ ମନ୍ଦିରରେ ପ୍ରାୟ ୧୫ ହଜାର ଶ୍ରଦ୍ଧାଳୁ ଜଳାଲାଗି କରିଥିଲେ।ଶ୍ରୀ ଲୋକନାଥ ମନ୍ଦିର ସମେତ ସହରର ବିଭିନ୍ନ ଶୈବପୀଠରେ ମଧ୍ୟ ୦୫ ହଜାର ରୁ ଉର୍ଦ୍ଧ କାଉଡ଼ିଆ ଭକ୍ତ ଜଳାଲାଗି କରିଥିଲେ । ଭକ୍ତମାନଙ୍କ ସୁରକ୍ଷା, ସୁବିଧା ଓ ସୁଚାରୁ ଦର୍ଶନ ବ୍ୟବସ୍ଥା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଥିଲା। ପୋଲିସର ସୁଚାରୁ ପରିଚାଳନା ଫଳରେ ସମସ୍ତ ଭକ୍ତ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ପରିବେଶରେ ଜଳାଲାଗି କରିପାରିଥିଲେ।ପୁରୀ ପୋଲିସ ପକ୍ଷରୁ କରାଯାଇଥିବା ସୁଚିନ୍ତିତ ବ୍ୟବସ୍ଥା, ବିଭିନ୍ନ ବିଭାଗର ସମନ୍ୱୟ ଓ ସମସ୍ତଙ୍କ ସହଯୋଗ ଫଳରେ ଶ୍ରାବଣ ମାସର ଶେଷ ସୋମବାରରେ ସମସ୍ତ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଚାରୁ ଭାବେ ସମ୍ପନ୍ନ ହୋଇଛି।
