ରାଧାକୃଷ୍ଣ ମନ୍ଦିରରୁ ଚୋରୀ ଘଟଣାରେ ଜେଲ୍ ଗଲେ ମୁଖ୍ୟ ଅଭିଯୁକ୍ତ
ରାଧାକୃଷ୍ଣ ମନ୍ଦିରରୁ ଚୋରୀ ଘଟଣାରେ ଜେଲ୍ ଗଲେ ମୁଖ୍ୟ ଅଭିଯୁକ୍ତ ସହ କିଣି ଥିବା ଅନ୍ୟ ଦୁଇ ବେପାରୀକାକଟପୁର – କାକଟପୁର ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ପିତଳ ସାମଗ୍ରୀ ଚୋରୀ ଘଟଣାରେ କାକଟପୁର ପୋଲିସ୍ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ଶ୍ରୀରାମପୁର ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିରରୁ ଗତ ୨୦ ତାରିଖ ରାତିରେ ଦୁବୃର୍ତ୍ତ ମାନେ କବାଟ ତାଡ଼ି ରୂପା ଅଳଙ୍କାର ସହ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ପିତ୍ତଳ ବାସନକୁସନ ଲୁଟି ନେଇଥିଲେ। ଏନେଇ ଅମରେଶ୍ୱର ବେହେରା କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ୨୯୬/୨୦୨୬ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରିଥିଲା। ତଦନ୍ତ ପରେ କାକଟପୁର ମହାନ୍ତି ସାହିର ପ୍ରଶାନ୍ତ ସାହୁ କୁ ପୋଲିସ ଗିରଫ କରି ପଚରାଉଚରା ପରେ ରୂପା ଅଳଙ୍କାର ବିକ୍ରି କରିଥିବା ନିମାପଡ଼ା ବିଷ୍ଣୁପୁର ରୁ ବିଜୟ କୁମାର ଦଳାଇ ଓ ପିତ୍ତଳ ବାସନକୁସନ ବିକ୍ରୀ କରିଥିବା କୋଣାର୍କ ରାଉଳ ପାଟଣା ଗ୍ରାମର ଭରତ କୁମାର ନନ୍ଦିଙ୍କୁ ଉଠାଇ ଆଣିଥିଲା। ସେମାନଙ୍କ ଠାରୁ ସମସ୍ତ ଅଳଙ୍କାର ଓ ସାମଗ୍ରୀ ଜବତ କରିଛି ପୋଲିସ୍। ମାମଲା ମୁତାବକ ପୋଲିସ ୩ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।
