ବଳଭଦ୍ର ପୁର ଗ୍ରାମରେ ଚାରିଵଖରା ଘର ଭସ୍ମୀଭୂତ
କଲେଇ ଗ୍ରାମ ପଂଚାୟତର ବଳଭଦ୍ର ପୁର ଗ୍ରାମରେ ଜଳି ଯାଇଛି ଚାରିବଖରା ଘର।ଉକ୍ତ ଗ୍ରାମ ର ରମାକାନ୍ତ ସାହୁ ଓ ଜୟପ୍ରକାଶ ସାହୁ ଙ୍କ ଘରେ ଲାଗିଛି ଅଚାନକ ନିଆଁ ଦିନ ଦିପହର ପ୍ରାୟ ୨ ଟା ସମୟ ରେ ଘରେ ନିଆଁ ଲାଗିଥିବା ଘର ଲୋକ ଦେଖିଲେ ହେଲେ ସେତେବେଳକୁ ନିଆଁ ଆଉ ଆୟତ ରେ ନଥିଲା ଯେଉଁ କାରଣରୁ ଘରୁ ସୁତା ଖିଅଟେ ମଧ୍ୟ ଉଦ୍ଧାର କରାଯାଇପାରିନାହିଁ।ଯାହା ଫଳ ରେ ଉକ୍ତ ପରିବାର ଦ୍ୱୟ ବହୁ ଅସୁବିଧାର ରେ ଅଛନ୍ତି ।ଏପରି ଅଘଟଣା ହେଲା ପରେ ଉକ୍ତ ଗ୍ରାମପଂଚାୟତ ର ସରପଞ୍ଚ ଏବଂ ଆର.ଆଇ ଏବଂ ତହସିଲଦାର ମୋହୋଦୟ ଆସି ଘଟଣା ଉପରେ ନଜର ପକାଇ ଥିଲେ ମଧ ଏଯାଏଁ କୌଣସି ସରକାରୀ ସୁବିଧା ପାଇନାହାନ୍ତି। ବିଭିନ୍ନ ସମାଜସେବା ସଙ୍ଗଠନ ଙ୍କ ପକ୍ଷ ରୁ ଖାଦ୍ୟ ରାସନ ଜିନିଷ ଓ ପାଲ ର ସହାୟତା ରେ ଜୀବନ କାଟୁଛନ୍ତି ଉକ୍ତ ପରିବାର।ଆଜି ଉକ୍ତ ପରିବାର ଙ୍କ ପାଖରେ ପହଞ୍ଚିଥିଲେ ସହିଦ ନଗରର ସମାଜସେବୀ ସୋସିଆଲ ସର୍ଭିସ ଟୁ ମେନକାଇଣ୍ଡ ସଦସ୍ୟମାନେ, ଉକ୍ତ ପରିବାରଙ୍କ ନିକଟରେ ପହଞ୍ଚି ସେମାନଙ୍କ ଠାରୁ ସମସ୍ତ କଥା ବୁଝି ଅସୁବିଧାରେ ଥିବା ପରିବାରଙ୍କୁ ରାସନ ସାମଗ୍ରୀ ସହ ଗ୍ୟାସଚୁଲା ଯୋଗାଇଦେଇଥିଲେ ଘରର ସମସ୍ତ ଆସବାପତ୍ର ପୋଡ଼ି ଜାଇଥିବାରୁ ପପ୍ରଶାସନ ପକ୍ଷରୁ ସରକାରୀ ସାହାଯ୍ୟ ଅପେକ୍ଷା ରେ ଚାହିଁ ବସିଛନ୍ତି ଉକ୍ତ ପରିବାର।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
