ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହେବାସହ ଗ୍ରାମବାସୀ ଆତଙ୍କିତ
କାମାକ୍ଷାନଗର :-ଢେଙ୍କାନାଳ ବନଖଣ୍ଡଅଧିନସ୍ତ ମହାବୀରରୋଡ ରେଞ୍ଜ୍ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବାରିହାପୁର ଗାଁ ରେ ଆଜି ସକାଳୁ ଦେଖା ଦେଇଛି ଦନ୍ତା ହାତୀ ଆତଙ୍କ। ସୂଚନା ମୁତାବକ ଆଜି ସକାଳେ ଗାଁ ମଝିରେ ଏକ ଗୋଠ ଛଡା ଦନ୍ତା ହାତୀ ପଶି ଯାଇଥିଲା ,ଫଳରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ବେଳେ ,ଏକ ଗାଈ ମଧ୍ଯ ଗୁରୁତର ଆହତ ହୋଇଛି। ତେବେ ଗୁରୁତର ଜଣ ଙ୍କ ହେଉଛନ୍ତି ସେହି ଗ୍ରାମର ବାଟୁ ମହାରଣା, ତାଙ୍କୁ ଗୁରୁତର ଭାବେ ଢେଙ୍କନାଳ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି। ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣା ପଡିଛି। ସେପଟେ ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ପ୍ରୟାସ ଜାରି ରହିଥିବା ବେଳେ, ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ରିପୋର୍ଟର :-ପ୍ରକାଶ କୁମାର ପାତ୍ର।
