କିନ୍ନରଙ୍କ ଠାରୁ ସୁନା ଅଳଙ୍କାର ଲୁଟ କରି ମାଡ଼ ମାରିବା ପଡିଲା ମହଙ୍ଗା, ଗିରଫ ହେଲେ ପୋଲିସ କନେଷ୍ଟବଳ ଓ ପୂର୍ବତନ ସରପଞ୍ଚ

କାମାକ୍ଷାନଗର– କିନ୍ନରଙ୍କ ଠାରୁ ସୁନା ଅଳଙ୍କାର ଲୁଟ କରି ମାଡ଼ ମାରିବା ଘଟଣାରେ ପୋଲିସ କନେଷ୍ଟବଳଙ୍କ ସହିତ ପୂର୍ବତନ ସରପଞ୍ଚ ଗିରଫ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡ଼ପଳାଶୁଣି ଗାଁ ନିକଟରେ । ଗିରଫ ଅଭିଯୁକ୍ତ କନେଷ୍ଟବଳ ପରଜଙ୍ଗ ଥାନା ଖାଲପାଳ ଗାଁର ମାନସ ରଞ୍ଜନ ନାଏକ ଏବଂ ପିତିରି ପଞ୍ଚାୟତର ପୂର୍ବତନ ସରପଞ୍ଚ ଶୁଶାନ୍ତ ନାଏକ । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ତେବେ ସୂଚନା ଅନୁଯାୟୀ ,ତେଲକୋଇରୁ ଏକ ବୋଲେରୁ ଗାଡ଼ିରେ କିଛି କିନ୍ନର ଭୁବନେଶ୍ୱର ଫେରୁଥିଲେ । ଗଡ଼ପଳାଶୁଣି ଗାଁ ନିକଟରେ ଅଭିଯୁକ୍ତ କନେଷ୍ଟବଳ ମାନସ ନାଏକ ଓ ପୂର୍ବତନ ସରପଞ୍ଚ ସୁଶାନ୍ତ ନାଏକ ଗାଡି ଅଟକାଇ ଆକ୍ରମଣ କରିଥିଲେ । କିନ୍ନର ମହମାୟାଙ୍କ ଠାରୁ ଏକ ସୁନା ଚେନ ଛଡାଇ ନେବା ସହ ତାଙ୍କୁ ମାଡ଼ ମାରିଥିଲେ । ଯାହାର ଭିଜୁଆଲ ଆପଣ ମାନେ ଆମ ସ୍କ୍ରିନରେ ଦେଖି ପାରୁଥିବେ । ପୋଲିସ କନେଷ୍ଟବଳ ଓ ତାଙ୍କ ସହଯୋଗୀ ପୂର୍ବତନ ସରପଞ୍ଚ ସୁଶାନ୍ତ ନାଏକ ଯେଉଁ ଭାଷା ପ୍ରୟୋଗ କରୁଛନ୍ତି ତାହା ଦେଖାଇବା ସମ୍ଭବ ପର ନୁହେଁ । ଆମେ ଆପଣଙ୍କୁ ଏହାର ଫାଷ୍ଟ ଭିଜୁଆଲ ଦେଖାଉଛୁ । ଏ ନେଇ କିନ୍ନର ମହମାୟା ପରଜଙ୍ଗ ଥାନାରେ ଅଭିଯୋଗ ପରେ ପୋଲିସ ଉଭୟ କନେଷ୍ଟବଳ ଓ ସରପଞ୍ଚକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *