ଧାମନଗର:ଡ୍ରାଇଭର ସଙ୍ଘ ପକ୍ଷରୁ ବୈଠକ


ଭଦ୍ରକ:-୦୫/୧୧- ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବିଜ୍ଞାପିତ ଅଞ୍ଚଳରେ ଥିବା ମିନି ଷ୍ଟାଡିଅମ ପରିସରରେ ଆଜି ସନ୍ଧ୍ୟା ସମୟରେ ଧାମନଗର ଡ୍ରାଇଭର ସଙ୍ଘ ତରଫରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଧାମନଗର ଅଞ୍ଚଳର ବହୁ ଡ୍ରାଇଭର ଉପସ୍ଥିତ ରହି ନିଜ ନିଜର ସମସ୍ୟା ବିଷୟରେ ଆଲୋଚନା କରିଥିଲେ. କୋଭିଡ ମହାମାରୀ ସମୟରେ ଅନ୍ୟ ରାଜ୍ୟକୁ ସାମଗ୍ରୀ ପରିବହନ କରିବା,ସରକାରଙ୍କ ପକ୍ଷରୁ ସେମାନଙ୍କୁ କୌଣସି ସହାୟତା ନ ମିଳିବା ଉପରେ ଆଲୋକପାତ କରିଥିଲେ।ଡ୍ରାଇଭର ମାନେ ଅନେକ ସ୍ଥାନରେ ବିଭିନ୍ନ ପ୍ରକାର ସମସ୍ୟାରେ ସମ୍ମୁଖୀନ ହେଉଥିବା ଏବଂ ସରକାର ଏହାକୁ କର୍ଣ୍ଣପାତ କରୁନଥିବା ଏହି ବୈଠକର ମୁଖ୍ୟ ପ୍ରସଙ୍ଗ ଥିଲା।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *