ବଲାଙ୍ଗୀରର ଶିକ୍ଷୟିତ୍ରୀ ମମିତା ମେହେର ଆତ୍ମା ଶାନ୍ତି ନିମନ୍ତେ ପୁରୀରେ ବିଜେପି ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗୀରର ଶିକ୍ଷୟିତ୍ରୀ ମମିତା ମେହେର ଆତ୍ମା ଶାନ୍ତି ନିମନ୍ତେ ପୁରୀରେ ବିଜେପି ପକ୍ଷରୁ ଦୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଡ଼ ଦାଣ୍ଡ ର ମାଉସୀ ମା ମନ୍ଦିର ନିକଟରେ ଏହି କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର , ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା , ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ବହୁ ବିଜେପି କର୍ମୀ ଏଥିରେ ସାମିଲ ହୋଇ ଥିଲେ। ତେବେ ମମିତା ମେହେର ଙ୍କୁ ଯେଭଳି ଅତି ଜଘନ୍ୟ ଭାବେ ହତ୍ୟା କରାଗଲା ତାହା ଓଡିଶା ବାସୀ ଙ୍କୁ ମର୍ମାହତ କରିଛି। ସବୁଠୁ ଦୁଃଖ ଦେଇଚି ମମିତା ଙ୍କୁ ହତ୍ୟା ଘଟଣା ରେ ସମ୍ପୃକ୍ତ ବଡ଼ ବଡ଼ିଆ ବ୍ୟକ୍ତି ଙ୍କୁ ବିଜେଡି ସରକାର ସୁରକ୍ଷା ଦେଉଛି। ବିଜେଡି ର ମନ୍ତ୍ରୀ ଏହି ହତ୍ୟାକାଣ୍ଡ ଘଟଣା ରେ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ମଧ୍ୟ ସଠିକ ତଦନ୍ତ ହେଉ ନାହିଁ। ସେହିପରି ପୂର୍ବରୁ ଅନେକ ନାବାଳିକା ଓ ମହିଳା ଙ୍କୁ ନିର୍ଯ୍ୟାତନା ଓ ହତ୍ୟା ଘଟି ଥିବା ବେଳେ ମମିତା ଭଳି ବଡ଼ ବଡ଼ିଆ ଲୋକ ଙ୍କୁ ନବୀନ ସରକାର ସବୁବେଳେ ସୁରକ୍ଷା ଦେଇ ଆସୁଥିବା ସମ୍ବିତ ପାତ୍ର ଓ ବୈଜୟନ୍ତ ପଣ୍ଡା କହିଛନ୍ତି। ତେବେ ଆଜି ଦୀପାବଳି ଅବସର ରେ ମମିତା ଙ୍କ ଆତ୍ମା ସଦ୍ଗତି ପାଇଁ ଦୀପ ଦାନ ମୁଖ୍ୟ ଉଦେଶ୍ୟ ହେଉଛି ଓଡିଶା ବାସି ଙ୍କୁ ବିଜେଡି ସରକାର ର ଅସଲ ରୂପ ବିଷୟ ରେ ସଚେତନ କରାଇବା। ଓଡିଶା ବାସୀ ମହିଳା ଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ପ୍ରତିବାଦ ସ୍ୱର ନ ବାହାର କଲେ ଆଗାମୀ ଦିନରେ ବିଜେଡି ସରକାର ମନ୍ତ୍ରୀ ମମିତା ଭଳି ଆହୁରି ଅନେକ ମହିଳା ଙ୍କୁ ଅତ୍ୟାଚାର କରିବେ।

Leave a Reply

Your email address will not be published. Required fields are marked *