ସ୍ୟାଣ୍ଡଆର୍ଟ
ପୁରୀର ନାମ ଶ୍ରୀଜଗନ୍ନାଥ ପୁରୀ ଭାବେ ନାମିତ ପାଇଁ ବିଭିନ୍ନ ସଂଗଠନ , ବୁଦ୍ଧିଜୀବୀ ମାନେ ଦାବି ଉଠାଇଚନ୍ତି। ଏହାକୁ ମଧ୍ୟ ବିଭିନ୍ନ ମହଲରେ ସମର୍ଥନ ବଢିବାରେ ଲାଗିଛି। ଅନ୍ୟପକ୍ଷରେ ଆଉ କେତେକ ସଂଗଠନ ପୁରୀର ନାମ ଜଗନ୍ନାଥ ପୁରୀ କରିବାର ଆବଶ୍ୟକତା ନାହିଁ ବୋଲି ଦାବି କରୁଛନ୍ତି । କିନ୍ତୁ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀର ନାମକୁ ଶ୍ରୀଜଗନ୍ନାଥ ପୁରୀ ଭାବେ ନାମିତ କରିବା ଦାବିକୁ ସମର୍ଥନ କରିଛନ୍ତି। ପୁରୀ ସ୍ଵର୍ଣାଭ ବେଳାଭୂମିରେ ଏକ ବାଲୁକାକଳା ନିର୍ମାଣ କରିବା ସହ ସେହି କଳାରେ ମହାପ୍ରଭୁଙ୍କ ଚିତ୍ରକୁ ସ୍ଥାନିତ କରି ଏହାକୁ ସମର୍ଥନ ଜଣାଇଛନ୍ତି ।
