ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ଭିତ୍ତି ପ୍ରସ୍ଥର ସ୍ଥାପନ ନେଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା
ପୁରୀ– ଆସନ୍ତା ୨୨ ତାରିଖରୁ ପୁରୀରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ଭିତ୍ତି ପ୍ରସ୍ଥର ସ୍ଥାପନ ନେଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ଏନେଇ ଯଜ୍ଞ ମଣ୍ଡପ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ୩ ଦିନ ଧରି ଯଜ୍ଞ ଓ ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦାନ ଦେବାର କାର୍ଯ୍ୟକ୍ରମ ରହିଥିବାରୁ ଏବେ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ଏହି ଯଜ୍ଞ ଓ ପୂଜାର୍ଚନା ପାଇଁ ଗଜପତି ଦିବ୍ୟ ସିଂହ ଦେବ କର୍ତା ଭାବେ ରହୁଥିବାରୁ ଆଜି ଗଜପତି ଙ୍କ ଶ୍ରୀନହର ଗୁଆ ଟେକା ନୀତି ଅନୁଷ୍ଠିତ ହୋଇଛି। ରାଜଗୁରୁ, ଶ୍ରୋତ୍ରୀୟ ବ୍ରାହ୍ମଣ, ଜିଲ୍ଲାପାଳ, ଶ୍ରୀମନ୍ଦିର ନୀତି ପ୍ରଶାସକ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ଆଜି ବ୍ରାହ୍ମଣ ଅଧିବାସ ପରେ ଯଜ୍ଞସ୍ଥଳରେ ଅଙ୍କୁରାରୋପଣ ଅନୁଷ୍ଠିତ ହେବ। ଆସନ୍ତାକାଲି ଠାରୁ ଯଜ୍ଞ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୪ ତାରିଖ ସକାଳ ୯.୩୦ ସୁଦ୍ଧା ମୁଖ୍ୟମନ୍ତ୍ରୀ ପୁରୀ ରେ ପହଁଚି ଯଜ୍ଞ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଭାଗ ନେବେ।
