ଶିକ୍ଷା ସ୍ୱାସ୍ଥ୍ୟ ଗମନା ଗମନ ଆଦି ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
କାମାକ୍ଷାନଗର, କାମାକ୍ଷାନଗର ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଆଦି ସମସ୍ୟା ନେଇ ଏସ ୟୁ ସି ଆଇ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଏକ ୧୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ଫର୍ମାଟ-ଏ ଭି ବିପ୍ରକାଶ କୁମାର ପାତ୍ରକାମାକ୍ଷାନଗର୧୫/୦୫/୨୫ଆଙ୍କର-ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅଞ୍ଚଳରେ ରହିଥିବା ବିଭିର୍ନ୍ନ ସମସ୍ୟାକୁ ନେଇ ଏସ ୟୁ ସି ଆଇ ପକ୍ଷରୁ ଆହ୍ୱାନ କ୍ରମେ ଜିରୀଡମାଳି ଠାରେ ସମବେତ ହେବା ପରେ ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଭିର୍ନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ l ସେଠାରେ ନେତୃବର୍ଗ ବିଭିର୍ନ୍ନ ସମସ୍ୟା ନେଇ ଭାଷଣ ପ୍ରଦାନ କରିଥିଲେ l ଏଥିରେ ମୁଖ୍ୟତଃ ଉପଖଣ୍ଡ ଚିକିତ୍ସାଳୟ ଅବ୍ୟବସ୍ଥା ମଧ୍ୟରେ ଥିବା ବେଳେ ଉପଖଣ୍ଡ ଚିକିତ୍ସାଧିକାରୀ ସରକାରୀ ଚିକିତ୍ସାଳୟରେ ରୋଗୀ ନଦେଖି ପରିସର ମଧ୍ୟରେ ଥିବା ନିଜ ବାସଭବନ ରେ ୩ ଶହ ଟଙ୍କା ଫି ନେଇ ୩ ରୁ ୪ ହଜାର ତାଙ୍କର ଔଷଧ ଚିଠା ଲେଖିବା ସହିତ ପରୀକ୍ଷା ପାଇଁ କେବଳ ଗୋଟିଏ ଜଗନ୍ନାଥ ପାଥୋଲାବକୁ ପଠାଇବା ଏବଂ ଚିକିତ୍ସାଳୟ ର ପରିଚାଳନା ରେ ଅବ୍ୟବସ୍ଥା ସୃଷ୍ଟି କରିବା, ଉପଖଣ୍ଡର ୪ ଗୋଟି ବ୍ଲକ ସ୍ତରରେ ଶିକ୍ଷାର ଉର୍ନ୍ନତି ବଦଳରେ ଦିନକୁ ଦିନ ଶିକ୍ଷାର ଅବନତି ଘଟୁଥିବା, ଢେଙ୍କାନାଳ ଠାରୁ କାମାକ୍ଷାନଗର ଦେଇ ଆଦିବାସୀ ବହୁଳ କଙ୍କଡ଼ାହାଡ଼ ପର୍ଯ୍ୟନ୍ତ ରେଳ ଲାଇନ ସଂଯୋଗ କରିବା, ସମସ୍ତ ଚାଷ ଜେମିକୁ ଜଳସେଚନ ର ବ୍ୟବସ୍ଥା କରିବା, ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଯୋଗାଣ,ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ସମସ୍ତ ଅଧିବାସୀଙ୍କୁ ଜମି ପଟ୍ଟା ଓ ଘର ଡ଼ିହ ପଟ୍ଟା ପ୍ରଦାନ ସହିତ ଆବାସିକ ବିଦ୍ୟାଳୟ ସ୍ଥାପନ କରିବା ଆଦି ସମସ୍ୟା ଉପରେ ଆଲୋକପାତ କରିଥିଲେ l ପରେ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଜ୍ୟୋତିରୁପା ଶତପଥୀଙ୍କୁ ପ୍ରଦାନ କରାଯାଇଥିଲା l ଏଥିରେ ଚୈତନ୍ୟ ମାହାରଣା,ରାମ ଚନ୍ଦ୍ର ମୁର୍ମୁ, ଜୁଝାର ସୋରେନ, ରାଜେୟା ସୋରେନ, ବିଜୁମ ମୁର୍ମୁ, ଦୁଃଖବନ୍ଧୁ ବେସ୍ରା,ରଘୁ ସୋରେନ ପ୍ରମୁଖ ସାମିଲ ହୋଇଥିଲେ l
