କାଠ କଣ୍ଢେଇ
କାଠ କଣ୍ଢେଇ
🖋କବିରତ୍ନ ନୂତନ କୁମାର ବେହେରା
ରଙ୍ଗମଞ୍ଚର ସାଜସଜ୍ଜା ଅତି ଆକର୍ଷଣୀୟ
ସାମ୍ନାରେ ପ୍ରତୀକ୍ଷା ବସିଥାନ୍ତି ଯେତେ ଦର୍ଶକ
ପରଦା ଉଠିଲେ ଜଳି ଉଠେ ଆଲୁଅ
ଜୀବନ୍ତ ରୂପ ନେଇ ନାଚନ୍ତି କାଠ କଣ୍ଢେଇ
ନିଖୁଣ ଅଭିନୟ ଲାଗେ ବାସ୍ତବ ପରି
କଣ୍ଢେଇ ସବୁରେ ବନ୍ଧା ହୋଇଥାଏ ଡୋର
ଅଦୃଶ୍ୟରେ ରହି ସୂତ୍ରଧର ନାଚାଉ ଥାଆନ୍ତି
ହାତେ ଧରି ଟାଣନ୍ତି ସେ ଇଚ୍ଛା ଅନୁସାରେ
ନାଚ ଦେଖି ସଭିଏଁ ହୁଅନ୍ତି ରୋମାଞ୍ଚିତ
ସ୍ତବ୍ଧ ମୁଗ୍ଧରେ ରହିଥାନ୍ତି ତନ୍ମୟ ହୋଇ
ପରୋକ୍ଷର ଖେଳ ମଞ୍ଚରେ ହୁଏ ପ୍ରତ୍ୟକ୍ଷ
କାଠ କଣ୍ଢେଇ କିଛି ଜାଣି ବୁଝି ପାରେ ନାହିଁ
ନୁହେଁ ସେ ଜୀବନ୍ତ ନାହିଁ ତାର ଚେତନା ଶକ୍ତି
ଯେଣିକି ଟଣାହୁଏ ବନ୍ଧା ହୋଇଥିବା ଡୋର
ତେଣିକି ଯାଏ ସମୟ ନ କରି ବିଳମ୍ଵ
କାଠ କଣ୍ଢେଇର ନାଚ ପରି ଏ ମଣିଷ ନାଚେ
ଥାଇ ମଧ୍ୟ ମନ ହୃଦୟରେ ତାର ଅନୁଭବ
ଜୀବନ ନେଇ ଦୁନିଆଁର ବିରାଟ ମଞ୍ଚରେ
ଭାବେ ଯେତେ ଯା’ ହୁଏ ସେ ନିଜେ କରୁଛି
ଅଜ୍ଞାନ ବଶତଃ ଚିନ୍ତେ ସେ ସବୁକୁ ନଚାଉଛି
ଭୁଲିଯାଏ ସେ ଅନ୍ୟ କାହା ଦ୍ବାରା ନାଚୁଛି
ଶରୀରରେ ମନ ଇନ୍ଦ୍ରିୟ ବୁଦ୍ଧି ଜ୍ଞାନ ବିବେକ
ଇଚ୍ଛା ଥାଇ ମଧ୍ୟ ପାରେନା କରି ଚାହେଁ ଯା’
ମାୟାର ବନ୍ଧନେ ହୋଇଥାଏ ସେ ବଶ
ସପନ ଦେଖେ ଅନେକ ସବୁ ହୁଏନା ସାକାର
ଆଶା ରଖେ ଯେତେ ହୁଏ ନାହିଁ ଫଳବତୀ
ସେ ଅଦୃଶ୍ୟର ନିର୍ଦ୍ଦେଶକ ହିଁ କରୁଥାନ୍ତି ସବୁ
ତାଙ୍କ ଇଙ୍ଗିତ ବିନା କିଛି ହୁଏନା ସମ୍ଭବ
ବନ୍ଧାଥିବା ଡୋର ପରି ତ ମଣିଷର ଜୀବନ
ଏଇ ଅଛି ଏଇ ନାହିଁ ରହିଥାଏ ଅନିଶ୍ଚିତ
ତାର ଅବଧି ଜଣା ନ ଥାଏ କେବେ କାହାକୁ
ସେ ନାଚୁଥାଏ ହୋଇ ଏକ କାଠ କଣ୍ଢେଇ
ମୋହରେ ମୋହିତ ହୋଇ ଭାବେ ସେ
ସ୍ତ୍ରୀ ପୁତ୍ର କନ୍ଯା ପରିବାର ଯେତେ ସବୁ ତାର
ଘର ସଂସାର ଧନ ସମ୍ପତ୍ତି ପ୍ରତିପତ୍ତି ପ୍ରତିଷ୍ଠା
ହାତ ମୁଠାରେ ଧରିଛି କିଏ ବା ନେବ ଛଡାଇ
କରେନା ହେତୁ ସବୁ ଯିବ ଅହେତୁକରେ
ଜୀବନ ଥାଇ ମଧ୍ୟ ସେ କାଠ କଣ୍ଢେଇ ପରି।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨
