ଭଦ୍ରକ ଜିଲ୍ଲାରେ ମଦମୁକ୍ତି ଯୁବ ବାହିନୀ ଦ୍ୱାରା ନବକୃଷ୍ଣ ଙ୍କ ଜନ୍ମ ଦିନର ପ୍ରଭାତ ଫେରି।ବନ୍ତଛକ ରୁ ଗାନ୍ଧୀ ପଡିଆ ଶୁଭାଯାତ୍ରା ହୋଇଥିଲା

ଅତି ସାଧାରଣ ଓ ସରଳ ଏକ ଜୀବନ ବଞ୍ଚିଥିଲେ ସେ କିନ୍ତୁ ଆମ ଦେଶ ତଥା ଓଡ଼ିଶାର ସାଧାରଣ ମଣିଷ ମାନଙ୍କର ଦୁଃଖ ସୁଖ କୁ ଅତି ନିବିଡ଼ ଭାବରେ ଅନୁଭବ କରି ସେମାନଙ୍କ କଲ୍ୟାଣ ପାଇଁ ତାତ୍ପର୍ଯ୍ୟପୂର୍ଣ୍ଣ କାମମାନ କରି ଥିବା ସତ୍ତ୍ବେ ସେ କେବେବି ସେଗୁଡିକ ପାଇଁ ବାହାଦୂରୀ ନେବା ପାଇଁ ଚିନ୍ତା କରିନାହାନ୍ତି।
ସାଧାରଣ ମଣିଷର ମୁଖ୍ୟମନ୍ତ୍ରୀ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୦ ତମ ଜନ୍ମତିଥି ଉପଲକ୍ଷେ ଆଜି ମଦମୁକ୍ତି ଯୁବ ବାହିନୀ ଦ୍ଵାରା ଏକ ପ୍ରଭାତ ଫେରି ଏବଂ ସଭା ଆୟୋଜିତ ହୋଇଯାଇଛି।ଏକ ମଦମୁକ୍ତ ତଥା ସ୍ୱାଭିମାନୀ ଓଡ଼ିଶାର ନିର୍ମାଣ ପାଇଁ କାର୍ଯ୍ୟରତ ଯୁବ ବାହିନୀ ଦ୍ଵାରା ଆହୁତ ଏହି କାର୍ଯ୍ୟକ୍ରମରେ ଯୁବକ ଯୁବତୀ ମାନେ ଯୋଗଦେଇ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଗୃହିତ ହୋଇଥିବା ଓଡ଼ିଶା ନିଶା ନିବାରଣ ଆଇନ୍ କୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଙ୍କ ଠାରେ ଦାବି ରଖିଥିଲେ।ନିଶ୍ୱର୍ଥପର ଓ ସ୍ୱାଭିମାନି ଯୁବକ ଯୁବତୀ ମାନେ ସଂଗଠିତ ହେଲେହେଁ ମଦମୁକ୍ତ ଓଡ଼ିଶା ସମ୍ଭବ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ। ନବକୃଷ୍ଣ ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ ପୂର୍ବକ ସେମାନେ ମଦମୁକ୍ତ ଓଡ଼ିଶା ର ସଙ୍କଳ୍ପ ନେଇଥିଲେ।
ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ- ଭଦ୍ରକ ଜିଲ୍ଲା ସଂଯୋଜକ ଶ୍ରୀ କୃଷ୍ଣ କୁମାର ପରିଡ଼ା, ମଦ ମୁକ୍ତ ଯୁବ ବାହିନୀ ର ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ସାହୁ , ପୁଷ୍ପ ଲତା ଜେନା, ରଶ୍ମିରଞ୍ଜନ ସାହୁ, ସ୍ଵାଧୀନ ସୁନ୍ଦର ଦାସ, ସଂଗ୍ରାମ ଆଚାର୍ଯ୍ୟ, ଅଭୟ କୁମାର ଦାସ, ପ୍ରମୋଦ କୁମାର ମହାନ୍ତ, ସଞ୍ଜୟ କୁମାର ମଲିକ, ଦିବ୍ୟରଞ୍ଜନ ସାହୁ, ଅବଧୂତ ଓଝା, ସୁରେନ୍ଦ୍ର ସେଠୀ, ଶତୃଘ୍ନ ସେଠୀ, ଦୀପକ ଦୀକ୍ଷିତ, ତ୍ରିଲୋଚନ ଦାଶ, ଭାଗୀରଥୀ ପାଣିଗ୍ରାହୀ,ସତ୍ୟବ୍ରତ ସେନାପତି ଭଲି ପ୍ରମୁଖ ସାମାଜ ସେବୀ ପ୍ରଭାତ ଫେରି ରେ ଯୋଗଦେଇ ପ୍ରଭାତ ଫେରି କୁ ସଫଳ ମଣ୍ଡିତ କରାଇଥିଲେ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *