କାମାକ୍ଷାନଗର ଏନଏସି ର ରେକୁଳା ଗ୍ରାମରେ ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ବାଣ୍ଟିଲେ ମନ୍ତ୍ରୀ

କାମାକ୍ଷାନଗର ;- କାମାକ୍ଷାନଗର ଏନଏସି ର ରେକୁଳା ଗ୍ରାମରେ ଏନଏସି ତରଫରୁ ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡର ଶୁଭାରମ୍ଭ ହୋଇଯାଇଛି।ଖଣି,ଇଷ୍ପାତ ଓ ପୂର୍ତ୍ତବିଭାଗର ମନ୍ତ୍ରି ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଦିକାରିଙ୍କୁ କାର୍ଡ ବଣ୍ଟନ କରିଥିଲେ।ସ୍ବାସ୍ଥ୍ୟ କାର୍ଡ ଉଭୟ ପୁରୁଷ ଓ ମାନଙ୍କ ପାଇିଁ ଉପଲବ୍ଧ ହେବା ସହ କିପରି ଭାବରେ ଏହି କାର୍ଡ ମାଧ୍ୟମରେ ଗରିବ ଶ୍ରେଣିର ଲୋକମାନେ ମାଗଣାରେ ଚିକିତ୍ସା ହୋଈପାରିବେ ସେବିଷୟରେ ମନ୍ତ୍ରି କହିଥିଲେ। କାର୍ଡ ପ୍ରଦାନ କରାଯାଉଛି ବୋଲି ଏନଏସି ତରଫରୁ କୁହାଯାଇଛି।ଅନ୍ୟାନ୍ୟ ଅତିଥି ଭାବେ ପୂର୍ବତନ ନଗରପାଳ ଧର୍ମାନନ୍ଦ ପରିଡା,ଏନଏସି ବିଜୁଜନତା ଦଳ ସଂପାଦକ ହିଂମାଶୁ ଶେଖର ମହାପାତ୍ରଙ୍କ ସମେତ ଏନଏସିର ସମସ୍ତ କର୍ମଚାରି ଉପସ୍ଥିତ ଥିଲେ।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *